Home Education ଜୁଙ୍ଗାରେ ଆଞ୍ଚଳିକ ପତ୍ରିକା ମେଳା

ଜୁଙ୍ଗାରେ ଆଞ୍ଚଳିକ ପତ୍ରିକା ମେଳା

203
0

କେନ୍ଦୁଝର : ଗଣତନ୍ତ୍ର ଦିବସ ଅବସରରେ ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅର୍ନ୍ତଗତ ଜୁଙ୍ଗା ଗ୍ରାମପଞ୍ଚାୟତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ, ଚାକିରି ଆଶାୟୀ ଯୁବକ ଯୁବତୀ, ମହିଳା ତଥା ବରିଷ୍ଠ ନାଗରିକଙ୍କ ପାଇଁ ଆଞ୍ଚଳିକ ପତ୍ରିକା ମେଳା-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଭଳି ପତ୍ରିକା ମେଳା କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏହାର ଆୟୋଜକମାନେ ସୂଚନା ଦେଇଛନ୍ତି ।

ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ଏହି ପୁସ୍ତକମେଳା ଆଞ୍ଚଳିକ ବିକାଶ ମଞ୍ଚର ସଭାପତି ଡାକ୍ତର ମହନ୍ତ ପରିଚାଳନା କରିଥିବାବେଳେ ମଞ୍ଚର ଉପଦେ୍ଦଷ୍ଟା ରୁଦ୍ରସେନ ଜିତ୍‌ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚର ଉପଦେ୍ଦଷ୍ଟା ରତ୍ନାକର ମହନ୍ତ ସ୍ୱାଗତ ଭାଷଣ ଦେଇଥିବାବେଳେ ପତ୍ରିକାମେଳା ଆୟୋଜନକର ପୃଷ୍ଠଭୂମି ସମ୍ପର୍କରେ ଡମ୍ବରୁଧର ଘଣା ସୂଚନା ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ନିରଞ୍ଜନ ମହାନ୍ତ, ଡମ୍ବରୁ ମହାନ୍ତ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର, ମୁଖ୍ୟ ଅତିଥି ଭାବେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଋଞ୍ଜନ କୁମାର ପଣ୍ଡା ବକ୍ତବ୍ୟ ରଖିଥିବାବେଳେ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ମନୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ପତ୍ରିକା ମେଳାରେ ବିଭିନ୍ନ ପ୍ରକାରର ଶିଶୁ ପତ୍ରିକା ଠାରାୁ ଆରମ୍ଭ କରି ପ୍ରତିଯୋଗିତା ସମ୍ପର୍କିତ ପତ୍ରିକା, ନାରୀ ପତ୍ରିକା, ସିନେମା ପତ୍ରିକା, ସାହିତ୍ୟ ପତ୍ରିକା, ଆଇନ୍‌ ଆଧାରିତ ପତ୍ରିକା, ସ୍ୱାସ୍ଥ୍ୟ ବିଜ୍ଞାନ ଆଧାରିତ ପତ୍ରିକା ସହିତ ବିଭିନ୍ନ ସରକାରୀ ଯୋଜନା ସମ୍ବଳିତ ପତ୍ରିକା ପ୍ରଭୃତି ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା ।

ଏହି ମେଳାରେ ୭୦ରୁ ଅଧିକ ପ୍ରକାରର ପତ୍ର ପତ୍ରିକା ପ୍ରଦର୍ଶିତ ହୋଇଥିଲା । ଏହି ସମସ୍ତ ପତ୍ରିକା ନିତ୍ୟାନନ୍ଦପୁର ଗ୍ରାମର ଶାସ୍ତ୍ରୀ ପାଠାଗାର ତରଫରୁ ଯୋଗାଇ ଦିଆଯାଇଥିବାବେଳେ କାବେରୀପଶି ସ୍ଥିତ ଆଞ୍ଚଳିକ ବିକାଶ ମଞ୍ଚ, ଜୁଙ୍ଗା ଗ୍ରାମପଞ୍ଚାୟତ ଏହାର ଅନ୍ୟ ସମସ୍ତ ଆୟୋଜନ ଓ ପରିଚାଳନାଭାର ହାତକୁ ନେଇଛି । ସ୍ଥାନୀୟ ୫ଟି ପଞ୍ଚାୟତର ଛାତ୍ରଛାତ୍ରୀ, ଯୁବକ ଯୁବତୀ, ବୁଦ୍ଧିଜୀବୀମାନେ ଅତ୍ୟନ୍ତ ଆଗ୍ରହର ସହିତ ପତ୍ରିକା ମେଳା ପରିସରକୁ ଆସି ପ୍ରଦର୍ଶିତ ହୋଇଥିବା ପୁସ୍ତକଗୁଡିକୁ ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here