Home Administration ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଆଜି ରାଜ୍ୟ ପଞ୍ଚାୟତିରାଜ ଓ ପାୀନୀୟଜଳ ବିଭାଗ ପକ୍ଷରୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ମିଳିଥିବା ଆପତ୍ତି ଅଭିଯୋଗ ଉପରେ ବିଚାର କରି ସରକାର ଏହି ତାଲିକା ଚୂଡାନ୍ତ କରିଛନ୍ତି ।

ପ୍ରକାଶିତ ତାଲିକା ଅନୁଯାୟୀ ମୋଟ୍‍ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟରୁ ୧୫ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀଗୁଡିକ ହେଲା ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ବରଗଡ, ବୌଦ୍ଦ, ଭଦ୍ରକ, ମାଲକାନଗିରି ଓ ରାୟଗଡା ।

ଏହିସବୁ ଜିଲ୍ଲା ମଧ୍ୟରୁ ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ କେନ୍ଦୁଝର, କୋରାପୁଟ, ଗଜପତି ଓ ରାୟଗଡା ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ଅନୁସୂଚିତ ଜାତିର ମହିଳାଙ୍କ ପାଇଁ କଟକ ଓ ଭଦ୍ରକ ଜିଲ୍ଲା ପରିଷଦ ରହିଛି । ତେବେ କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ବରଗଡ ଓ ବୌଦ୍ଧରେ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି ।

ମହିଳାଙ୍କ ପାଇଁ ସଂରକ୍ଷିତ ବାହାରେ ଥିବା ଆଉ ୧୫ଟି ଆସନ ମଧ୍ୟରୁ ଜଗତ୍‍ସିଂହପୁର ଓ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ କନ୍ଧମାଳ, ନବରଙ୍ଗପୁର, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ରହିଛି । ପଛୁଆବର୍ଗ ତାଲିକାରେ ନୟାଗଡ ଓ ସୋନପୁର ଜିଲ୍ଲା ରହିଥିବାବେଳେ କେନ୍ଦ୍ରାପଡା, ଝାରସୁଗୁଡା, ଦେବଗଡ, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ପରିଷଦ ରହିଛି ।