Home Agriculture ଜାନୁୟାରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି

ଜାନୁୟାରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି

ନୂଆଦିଲ୍ଲୀ : ତୃଣମୂଳସ୍ତରରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ସ୍ୱରୂପ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଆର୍ଥିକ ସୁବିଧାର ଦଶମ କିସ୍ତି ପ୍ରଦାନ କରିବେ ।

ଜାନୁୟାରୀ ପହିଲା ୨୦୨୨ ଅପରାହ୍ନ ସାଢେ ବାରଟାବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ ।

ପିଏମ୍-କିଷାନ ଯୋଜନାରେ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରତି ହିତାଧିକାରୀ କିଷାନ ପରିବାରକୁ ପ୍ରଦାନ କରାଯାଇଥାଏ । ଏହି ଅର୍ଥ କିସ୍ତିୱାରୀ ଦୁଇହଜାର କରି ତିନିଟି କିସ୍ତିରେ ଓ ପ୍ରତି କିସ୍ତିରେ ଚାରି ହଜାର କରି ପ୍ରଦାନ କରାଯାଏ । ଏହି ଅର୍ଥ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଥାଏ । ଏପର୍ଯ୍ୟନ୍ତ ଯୋଜନା ଅଧୀନରେ ଚାଷୀ ପରିବାରକୁ ୧.୬ ଲକ୍ଷ କୋଟି ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇସାରିଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟିରୁ ଅଧିକ ଅର୍ଥ ଇକ୍ୟୁଟି ଗ୍ରାଂଟ ଆକାରରେ ପ୍ରଦାନ କରିବେ । ଏହାଦ୍ୱାରା ୧. ୨୪ ଲକ୍ଷ ଚାଷୀ ଉପକୃତ ହେବେ । ଏଥିସହ ପ୍ରଧାନମନ୍ତ୍ରୀ ଏଫପିଓ ମାନଙ୍କ ସହ ମଧ୍ୟ ବାର୍ତ୍ତା ବିନିମୟ କରିବେ । କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।