Home News in Odia ଜଳ ସଂରକ୍ଷଣ ପାଇଁ ୨୫୨ ପ୍ରକଳ୍ପ

ଜଳ ସଂରକ୍ଷଣ ପାଇଁ ୨୫୨ ପ୍ରକଳ୍ପ

ଭୁବନେଶ୍ୱର : ରାଜ୍ୟରେ ପ୍ରବାହିତ ଜଳ ଉତ୍ସର ସର୍ବାଧିକ ଉପଯୋଗ ପାଇଁ ୪୯ଟି ବୃହତ୍‍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ୨୦୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଯୋଜନା କରାଯାଇଛି । ଏଗୁଡିକର ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକର ସର୍ଭେ ଓ ଅନୁସନ୍ଧନ କାର୍ଯ୍ୟ ସରିବାପରେ ଏହାର ଫିଜିବିଲିଟି ରିପୋର୍ଟ ଓ ଡିପିଆର ପ୍ରସ୍ତୁତ ହେବ । ଏହା କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁମୋଦନ ତଥା ପ୍ରକଳ୍ପଗୁଡିକର ଅନ୍ୟାନ୍ୟ ଆନୁଷଙ୍ଗିକ ଅନୁମୋଦନ କେନ୍ଦ୍ର ସରକାରଙ୍କ ଠାରୁ ପ୍ରାପ୍ତ ହେବ । ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ।

ଏହାଛଡା ୩୦ଟି ଆଇଏସଏସର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହାଦ୍ୱାରା ନଦୀର ଜଳକୁ ନଦୀଗର୍ଭରେ କ୍ଷୁଦ୍ର ଜଳଭଣ୍ଡାର ସୃଷ୍ଟି କରାଯାଇ ଜଳକୁ ସଂରକ୍ଷଣ କରଯିବା ଓ ଆବଶ୍ୟକ ମତେ ସଂରକ୍ଷିତ ଜଳକୁ ବ୍ୟବହାର କରାଯାଇ ପାରିବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here