Home Environment ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ

ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ଓଡିଶାରେ ୫୮ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ ଚଳାଇବାପାଇଁ ଅନୁମତି ମିଳିଛି । ଚଳିତବର୍ଷ ଜୁନ୍‍ ସୁଦ୍ଧା ୫୯୦ ହେକ୍ଟର ଜଙ୍ଗଲ ପାଇଁ ଅନୁମତି ଦିଆ ସରିଲାଣି ।

ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଅଣଜଙ୍ଗଲ ପାଇଁ ବର୍ତ୍ତମାନ ସୁଦ୍ଧା ୫୮,୧୬୫ ହେକ୍ଟର ଜଙ୍ଗଲ ଜମିକୁ ଅନୁମତି ଦିଆଯାଇଥିବାବେଳେ ୬୩,୦୪୭ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ କରାଯାଇଛି ।

ସେହିଭଳି ଚଳିତବର୍ଷ ଜୁନ୍‍ ସୁଦ୍ଧା ୫୯୦ ହେକ୍ଟର ଜମିରେ ଖଣି ଖନନ କାର୍ଯ୍ୟ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମୋଦନ ଦେଇଛନ୍ତି । ଅନୁମୋଦନର ସର୍ତ୍ତ ଅନୁଯାୟୀ ଅନୁମୋଦିତ ଜଙ୍ଗଲ ଜମି ପ୍ରତିବଦଳରେ ୮୪୫ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ ୩ବର୍ଷ ମଧ୍ୟରେ କରିବାପାଇଁ ବ୍ୟବସ୍ଥା ରହିଛି । (ତଥ୍ୟ)