Home Education ଛାଡ ହେଲା ହଷ୍ଟେଲ ଫି

ଛାଡ ହେଲା ହଷ୍ଟେଲ ଫି

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜମାନଙ୍କର ପଢୁଥିବା ଛାତ୍ରଛାତ୍ରୀଙ୍କର ହଷ୍ଟେଲ ଫି ଛାଡ କରିଛନ୍ତି । ଅଧ୍ୟୟନରତ ୧୭,୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ବାବଦରେ ପ୍ରାୟ ୫ କୋଟି ୧୦ଲକ୍ଷ ଟଙ୍କା ଛାଡ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ କରୋନା ମହାମାରୀ ଯୋଗୁଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏହି ମହାମାରୀ ୋଗୁଁ ଲକ୍‍ଡାଉନ୍‍ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍‍ନିକ୍‍ ଏପ୍ରିଲ୍‍ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।

ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧାର ଉପଯୋଗ କରିନଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ବିଚାର କରି ଏହି ଅନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଦେୟ ଛାଡ ପାଇଁ ନିର୍ଦ୍ଦେଶ ଦେଇଥିଲେ ।