Home Agriculture ଛତିଶଗଡ ଧାନକୁ ଜଗ

ଛତିଶଗଡ ଧାନକୁ ଜଗ

153
0

ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଛତିଶିଗଡି ଧାନ ଯେଭଳି ଏଠାକୁ ଆସି ବିକ୍ରି ନହୁଏ ତାହା ଉପରେ ନଜର ରଖିବାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

କଡାକଡି ଯାଞ୍ଚ ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମୟରେ ଧାନ ବେପାରୀମାନେ ସୀମାବର୍ତ୍ତୀ ଛତିଶଗଡ଼ରୁ ଧାନ କିଣି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାର ସମ୍ଭାବନା ଥିବାରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ରଲେଖି ବେନିୟମ ଧାନବିକ୍ରିକୁ ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି ।

ଖରିଫ୍‌ ଧାନ ସଂଗ୍ରହ କେବଳ ନାମ ପଂଜୀକରଣ କରିଥିବା ଚାଷୀଙ୍କଠାରୁ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ କରିବା ପାଇଁ କୁହାଯାଇଛି । ପଡ଼ୋଶୀ ରାଜ୍ୟରୁ ବେଆଇନ ଧାନ ଯେପରି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ର ମଧ୍ୟକୁ ପ୍ରବେଶ ନକରି ପାରିବ ସେଥି ପ୍ରତି ଦୃଷ୍ଟି ଦେବା ସହିତ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ନିମନ୍ତେ ଜିଲ୍ଲାସ୍ତରରେ ଏବଂ ସବଡିଭିଜନ୍‌ ସ୍ତରରେ ସ୍କ୍ୱାଡ ଗଠନ କରି ଧାନ ଚାଲାଣର ନିୟମିତ ଯାଞ୍ଚ କରିବା ପାଇଁ କୁହାଯାଇଛି । ଏଥି ସହିତ ଅସାଧୁ ଧାନ ବେପାରୀ ଓ ମିଲରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି । ଧାନ କେବଳ ପ୍ରକୃତ ରେଜିଷ୍ଟି୍ରଭୁକ୍ତ ଚାଷୀଙ୍କଠାରୁ କିଣାଯିବ ଏବଂ ଧାନ ବିକି୍ରର ସର୍ବନିମ୍ନ ସହାୟକ ମୂଲ୍ୟର ସୁଫଳ ଯେପରି ପ୍ରକୃତ ଚାଷୀ ପାଆନ୍ତି ସେଥିପ୍ରତି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here