Home Health ଘରୋଇ ଡାକ୍ତରଖାନାରେ ଶଯ୍ୟା ସଂରକ୍ଷଣ

ଘରୋଇ ଡାକ୍ତରଖାନାରେ ଶଯ୍ୟା ସଂରକ୍ଷଣ

121
0

ଭୁବନେଶ୍ୱର : ଅତି କମ୍‍ରେ ୩୦ ଶଯ୍ୟା ବିଶିଷ୍ଟ କିମ୍ବା ତଦୁର୍ଧ ଶଯ୍ୟା ଥିବା ଘରୋଇ ଡାକ୍ତରଖାନା ଗୁଡିକରେ କୋଭିଡ ଚିକିତ୍ସା ଲାଗି ୫୦ ପ୍ରତିଶତ ଶଯ୍ୟା ଓ ଆଇସିୟୁ ସଂରକ୍ଷିତ ରଖିବାପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ସିଡିଏମ୍‍ଓମାନଙ୍କୁ ପତ୍ର ଲେଖିଛନ୍ତି ।

ଏଥିରେ କୁହାଯାଇଛି ଯେ ଘରୋଇ ଡାକ୍ତରଖାନାଗୁଡିକ କୋଭିଡ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେଉଥିବାରୁ ସେହିସବୁ ଡାକ୍ତରଖାନାରେ କୋଭିଡ ଚିକିତ୍ସା ବ୍ୟବସ୍ଥା ତୁରନ୍ତ ଉପଲବ୍ଧ ପାଇଁ କୁହାଯାଇଛି । କୋଭିଡ ଶଯ୍ୟା ନଥିବା ଦର୍ଶାଇ ଘରୋଇ ଡାକ୍ତରଖାନାଗୁଡିକ ରୋଗୀଙ୍କୁ ଫେରାଇ ଦେଉଛନ୍ତି ।

ଅଧିକାଂଶ ଘରୋଇ ଡାକ୍ତରଖାନାଗୁଡିକ କୋଭିଡ ରୋଗୀଙ୍କ ଚିକିତ୍ସାପାଇଁ ଅଳ୍ପ ସଂଖ୍ୟକ ଶଯ୍ୟା ରଖୁଥିବାବେଳେ ଅନ୍ୟ ଗୁଡିକ ଅଣକୋଭିଡ ରୋଗୀଙ୍କ ପାଇଁ ରଖୁଛନ୍ତି । ଫଳରେ ସରକାରୀ କୋଭିଡ ଡାକ୍ତରଖାନା ଉପରେ ଚାପ ବଢିବାରେ ଲାଗିଛି ।

ଘରୋଇ ଡାକ୍ତରଖାନାର ଏଭଳି କାର୍ଯ୍ୟକୁ ଦେଖି ଅତି କମ୍‍ରେ ୩୦ କିମ୍ବା ତଦୁର୍ଧ ଶଯ୍ୟା ବିଶିଷ୍ଟ ଘରୋଇ ଡାକ୍ତରଖାନାଗୁଡିକ ଉଭୟ ଶଯ୍ୟା ଓ ଆଇସିୟୁରେ କୋଭିଡ ଚିକିତ୍ସା ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ରାଜ୍ୟ ସରକାର କହିଛନ୍ତି । ଆବଶ୍ୟକ ସ୍ଥଳେ ଶତ ପ୍ରତିଶତ ଶଯ୍ୟାକୁ ବି କୋଭିଡ ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପାରିବ ।

ତେବେ ଘରୋଇ ଡାକ୍ତରଖାନାଗୁଡିକ କୋଭିଡ ଚିକିତ୍ସାପାଇଁ କେତେ ଅର୍ଥ ନେବେ ତାହା ମଧ୍ୟ ରାଜ୍ୟ ସରକାର ସ୍ଥିର କରିଛନ୍ତି । ସାଧାରଣ ଶଯ୍ୟା ପାଇଁ ୧୨୦୦ ରୁ ୩ହଜାର ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଜଣେ ରୋଗୀଙ୍କ ପରାମର୍ଶ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୭୫୦ ଟଙ୍କା ରହିଛି । ସେହଭଳି ଆଇସି ପାଇଁ ଦୈନିକ ୧୦ହଜାର ଓ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ପାଇଁ ୧୩ହଜାର ଟଙ୍କା ଦେବାକୁ ପଡିବ । ଏହି ଅର୍ଥରେ ରୋଗୀଙ୍କ ଔଷଧ, ପରାମର୍ଶ, ଖାଦ୍ୟ ଆଦି ରହିଛି ।

ଘରୋଇ ଡାକ୍ତରଖାନାଗୁଡିକ ରୋଗୀଙ୍କ ଚିକିତ୍ସା ବିବରଣୀକୁ ଧାର୍ଯ୍ୟ ପୋର୍ଟାଲ ଏବଂ ସୋସିଆଲ ମିଡିଆରେ ଛାଡିବାପାଇଁ ପରାମର୍ଶ ଦିଆଯିବା ସହିତ ରୋଗୀଙ୍କ ସମ୍ପର୍କୀୟମାନେ ଯେଭଳି ତାଙ୍କ ସହିତ କଥାହୋଇ ପାରିବେ ତାହାର ବ୍ୟବସ୍ଥା ପାଇଁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here