Home General ଘନ କୁହୁଡ଼ି ପାଇଁ ସତର୍କତା

ଘନ କୁହୁଡ଼ି ପାଇଁ ସତର୍କତା

191
0

ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ ପାଇଁ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି I ଘନ କୁହୁଡି ପରିସ୍ଥିତିରେ ପୂର୍ବତଟ ରେଳପଥ ଟ୍ରେନ ପରିଚାଳନା ସମ୍ବନ୍ଧରେ ଏହାର ନିର୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ଅଛି I

ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି; ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ I ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି I

ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓ.ଏଚ.ଇ ଖୁଣ୍ଟ ମାନଙ୍କରେ ଲେବଲ କ୍ରସିଂ ଏବଂ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା “ଟ୍ରେନ ଅଟକିବା ସଂକେତ” ପୂର୍ବରୁ ଲଗାଯାଇ ଟ୍ରେନ ଚାଳକ ମାନଙ୍କୁ ସଜାଗ କରାଯାଉଅଛି ଯେ , ଟ୍ରେନଟି ” ଅଟକିବା ସଂକେତ” ପାଖରେ ପହଞ୍ଚିବାକୁ ଯାଉଅଛି ଓ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରୁଅଛି I ଏହି ବ୍ୟବସ୍ଥା ଦ୍ୱାରା ଟ୍ରେନ ଚାଳକ ମାନେ ଘନ କୁହୁଡ଼ିଥିବା ଅଞ୍ଚଳ ମାନଙ୍କରେ ସାମ୍ନାରେ ଥିବା ସିଗ୍ନାଲର ଦିଗ ପ୍ରତି ଅଧିକ ସଚେତନ ହୋଇପାରୁଛନ୍ତି I

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସଂରକ୍ଷା ବିଭାଗ ଅଧିକାରୀ ମାନଙ୍କୁ ଆଦେଶଦେଇ କହିଛନ୍ତି ଯେ ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ ଚଳାଚଳ ପାଇଁ ସର୍ବୋତ୍ତମ ସଂରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ I ଟ୍ରେନ ଚାଳକ ଓ ଗାର୍ଡ ମାନଙ୍କୁ ନିର୍ଦେଶ ଦିଆଯାଉଅଛି ଯେ ସେମାନେ ଘନ କୁହୁଡି ଅଞ୍ଚଳରେ ଯାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧୀରେ ଚଳାଇବେ, ଯଦିଓ ଏଥିପାଇଁ ଟ୍ରେନ ଚଳାଚଳ ସମୟରେ ବାଧାପ୍ରାପ୍ତର ସମ୍ଭାବନା ଥାଏ I

ଘନ କୁହୁଡ଼ିରେ ଯଦି ଟ୍ରେନ ଚାଳକ ସିଗ୍ନାଲ ଗୁଡିକୁ ଦେଖିବାକୁ ସକ୍ଷମ ହୋଇନପାରନ୍ତି, ତେବେ ସିଗ୍ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟିକରୁଥିବା ଡିଟୋନେଟରକୁ ପ୍ରୟୋଗ କରାଯାଏ I ଯାହା ଫଳରେ ଟ୍ରେନ ସଂକେତ ପାଖରେ ରହି ପାରିବ I ଏହି ଡିଟୋନେଟର ଚେପଟା, ଡିସ୍କ ଭଳି ମେଟାଲ କଣ୍ଡକ୍ଟର ଓ ସାଧାରଣତଃ ନାଲି ରଙ୍ଗ ଯାହାକି ଟ୍ରେନ ଚକ ତଳେ ବିସ୍ଫୋରକ ଶବ୍ଦ ସୃଷ୍ଟି କରିପାରୁଥିବ I

LEAVE A REPLY

Please enter your comment!
Please enter your name here