Home General ଗର୍ଭବତୀ ମହିଳା ପାଇଁ ଦିନକୁ ୯.୫୦ଟଙ୍କାର ଖାଦ୍ୟ

ଗର୍ଭବତୀ ମହିଳା ପାଇଁ ଦିନକୁ ୯.୫୦ଟଙ୍କାର ଖାଦ୍ୟ

ଭୁବନେଶ୍ୱର : ପରିପୂରକ ପୁଷ୍ଟି ଯୋଜନାରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଖାଦ୍ୟ ଯୋଗାଣ ପାଇଁ ଦିନକୁ ୯ଟଙ୍କା ୫୦ ପଇସାର ବ୍ୟବସ୍ଥା ହୋଇଛି । ଶିଶୁଙ୍କ ପାଇଁ ଏହି ଦର ୮ରୁ ୧୨ଟଙ୍କା ପର୍ଯ୍ୟନ୍ତ ରହିଛି ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପରିପୂରକ ପୁଷ୍ଟି ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ତାଲିକା ଅନୁଯାୟୀ ରାଜ୍ୟରେ ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପୁଷ୍ଟିସାଧନ ନିମନ୍ତେ ଦର ନିର୍ଦ୍ଧାରଣ କରାଯାଇଥାଏ ।

୨୦୧୮-୧୯ ଆର୍ଥିକବର୍ଷର ବଜାର ଦର ଅନୁଯାୟୀ ସମ୍ପୃକ୍ତ ଖାଦ୍ୟର ଦର ନିର୍ଦ୍ଧାରିତ ହୋଇଛି । ତଦନୁଯାୟୀ ୬ମାସରୁ ୬ବର୍ଷ ବୟସର ସାଧାରଣ ଶିଶୁଙ୍କ ପାଇଁ ଦିନକୁ ୮ଟଙ୍କା, ୬ମାସରୁ ୬ବର୍ଷ ବୟସର ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ଲାଗି ଦିନକୁ ୧୨ଟଙ୍କା ଏବଂ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଦୈନିକ ୯ଟଙ୍କା ୫୦ ପଇସାର ବ୍ୟବସ୍ଥା କରାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here