Home News in Odia ଗଣେଶ୍ୱରଙ୍କୁ ଗଣମାଧ୍ୟମ ଦାୟିତ୍ୱ

ଗଣେଶ୍ୱରଙ୍କୁ ଗଣମାଧ୍ୟମ ଦାୟିତ୍ୱ

ଭୁବନେଶ୍ୱର :  ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ବିଭାଗର କମିଟି ଘୋଷଣା ହୋଇଛି। କମିଟିର ଅଧ୍ୟକ୍ଷ  ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରହିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ଦାୟିତ୍ୱ ମିଳିଛି।

 ଉକ୍ତ କମିଟିରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ସୁରେଶ କୁମାର ରାଉତରାୟଙ୍କ ସମେତ ୨୦ ଜଣ ସଦସ୍ୟ ଅଛନ୍ତି। ସେହିପରି ସାମ୍ୱାଦିକ ଦୀପକ କୁମାର ମହାପାତ୍ରଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି।

  ୨୦୧୯ ନିର୍ବାଚନ ପରେ ଆଜି ପୁନର୍ବାର ନୂତନ ଗଣମାଧ୍ୟମ ଓ ଯୋଗାଯୋଗ କମିଟି ଗଠିତ ହୋଇଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷା ସୋନିଆ ଗାନ୍ଧୀ ମୋହର ମାରିବା ପରେ ଆଜି ଏ ନେଇ ଏଆଇସିସି ପକ୍ଷରୁ ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ ସି ଭେନୁଗୋପାଲଙ୍କ  ଦସ୍ତଖତ ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ମନୋରଂଜନ ଦାଶ, ଦେବାଶିଷ ପଟ୍ଟନାୟକ, ଅମୀୟ ପାଣ୍ଡବ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାସ, ବିନାୟକ ଦାସମହାପାତ୍ର, ଡକ୍ଟର ହମିଦ ହୁସେନ୍, ସସ୍ମିତା ବେହେରା, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୁଇଁଆ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି ।