Home General ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍ ପୁସ୍ତକ ଉନ୍ମୋଚିତ

ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବରିଷ୍ଠ ଅର୍ଥନୀତିଜ୍ଞ ଅଶୋକ କୁମାର ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ “ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍‌” ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ବାବେ ବିଶିଷ୍ଟ ଲେଖକ ହରପ୍ରସାଦ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଡ.ଯତୀନ ନାୟକ, ଅଧ୍ୟାପକ ଡ.ସଂଜୟ ଆଚାର୍ଯ୍ୟ ଏବଂ ବିଶିଷ୍ଟ ଶିକ୍ଷାବିତ୍ ପ୍ରିତିଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ରାଜୁତି ବିସ୍ତାର କରିଥିବା ଗଙ୍ଗବଂଶ ରାଜା କପିଳେନ୍ଦ୍ରଦେବଙ୍କଠୁ ଆରମ୍ଭ କରି ଚୋଡଗଙ୍ଗଦେବ ପର୍ଯ୍ୟନ୍ତ ମହାରାଜାମାନେ କେବେହେଲେ ନିଜକୁ ରାଜା ବୋଲି କହୁନଥିଲେ ବରଂ ରାଜ୍ୟକୁ ପୁରୁଷୋତମ ରାଜ୍ୟ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରାଜାର ମାନ୍ୟତା ଦେଇଥିଲେ ।

ଓଡିଶା ଏବଂ ଓଡିଆ ସଂସ୍କୃତି ତଥା ଗଜପତି ମହାରାଜଙ୍କ ସଂସ୍କୃତି, ପରଂପରା ଏବଂ ଇତିହାସକୁ ଆଧାର କରି ଏହି ପୁସ୍ତକଟି ଲେଖା ହୋଇଛି । ଗଜପତି କପିଳେନ୍ଦ୍ରଙ୍କଠାରୁ ଆରମ୍ଭ କରି ବର୍ତମାନର ଗଜପତିଙ୍କ ବିଷୟରେ ଲେଖା ହୋଇଥିବା ଏହି ପୁସ୍ତକରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପ୍ରଭୁଙ୍କ ମୁଖ୍ୟ ସେବକ ଗଜପତି ମହାରାଜାଙ୍କ ସଂପର୍କରେ ବହୁ ନୁତନ ତଥ୍ୟ ଉଲ୍ଲେଖ ହୋଇଛି ।

ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଗଜପତି ମହାରାଜଙ୍କ ଭିତରେ ଥିବା ଆଧ୍ୟାତ୍ମିକ ସଂପର୍କ ବିଷୟରେ ବହୁ ତଥ୍ୟ ଏହି ପୁସ୍‌ତକରେ ଉଲ୍ଲେଖ ରହିଛି । ଓଡିଶା ଏବଂ ଓଡିଶା ଇତିହାସ ଜାଣିବା ସଂପର୍କରେ ପାଠକପାଠିକାମାନଙ୍କ ପାଇଁ ଏହି ପୁସ୍ତକଟି ବହୁ ଉପାଦେୟ ହେବ ।

୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗବେଷଣା କରି ଏହି ପୁସ୍ତକଟି ଲେଖା ହୋଇଛି । ବର୍ତମାନ ଇଂରାଜୀ ଭାଷାରେ ଲିଖିତ ହୋଇଥିବା “ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍‌” ପୁସ୍ତକଟି ଆଗାମୀ ଦିନରେ ଓଡିଆ ଏବଂ ହିନ୍ଦୀ ଭାଷାରେ ପ୍ରକାଶ ପାଇବ ବୋଲି ପୁସ୍ତକର ଲେଖକ ଶ୍ରୀ ଅଶୋକ ବଳ ସୁଚନା ଦେଇଛନ୍ତି ।