Home General ଖୋଲିଲା ବିଦ୍ୟାଳୟ ଓ ପ୍ରେକ୍ଷାଳୟ

ଖୋଲିଲା ବିଦ୍ୟାଳୟ ଓ ପ୍ରେକ୍ଷାଳୟ

406
0

ଭୁବନେଶ୍ୱର : ଦୀର୍ଘ ନଅ ମାସପରେ ଆଜି ଠାରୁ ସମଗ୍ର ରାଜ୍ୟରେ ବିଦ୍ୟାଳୟ ଓ ଚଳଚିତ୍ର ପ୍ରେକ୍ଷାଳୟ ଖୋଲିଛି । କରୋନା କଟକଣା ନିୟମ ମଧ୍ୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ପାଠପଢା ଆରମ୍ଭ କରିଥିବାବେଳେ ନିଷ୍ପତ୍ତି ମୁତାବକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚଳଚିତ୍ର ପ୍ରଦର୍ଶିତ ହେଉଛି ।

ପୂର୍ବ ଘୋଷଣା ମୁତାବକ ଆଜି ଠାରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଚାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ କଲେଜ ଆସିବାକୁ ଅନୁମତି ଦିଆଯାଇଛି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ସ୍ୱରୂପ ସମସ୍ତ ଶ୍ରେଣୀଗୃହକୁ ବିଶୋଧନ କରାଯିବା ସହିତ ଛାତ୍ରଛାତ୍ରୀମାନେ ଯେଭଳି କରୋନା କଟକଣା ନିୟମ ପାଳନ କରିବେ ସେଥି ଉପରେ ଗୁରୁତ୍ୱ ଦିଆଯାଉଛି ।

ଯେଉଁସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିଛନ୍ତି ସେଠାରେ ମାସ୍କ ପରିଧାନ, ହାତ ଧୁଆ ଓ ଶାରୀରିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି । ଶ୍ରେଣୀ କକ୍ଷରେ ଅଳ୍ପ ସଂଖ୍ୟକ ପିଲାଙ୍କୁ ବସାଯାଉଛି । ଆଜି ଠାରୁ ୧୦୦ ଦିନ ପାଇଁ ଛାତ୍ରଛାତ୍ରୀମାନେ ଲଗାତାର ଶ୍ରେଣୀକକ୍ଷକୁ ଆସି ପାଠ ପଢିବେ । ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ ବୋଲି ଘୋଷଣା କରାଯାଇଛି ।

ସେହିଭଳି ଦୀର୍ଘଦିନ ଧରି ତାଲା ଝୁଲିବାପରେ ପରେ ଆଜି ଠାରୁ ରାଜ୍ୟର ବିଭିନ୍ନ ସିନେମାହଲ ଖୋଲିଛି । ହଲ୍‍ ଭିତରେ ମାତ୍ର ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ବସାଇବା ପାଇଁ ନିର୍ଦ୍ଦେଶ ଥିବାରୁ କମ୍‍ ସଂଖ୍ୟାରେ ଦର୍ଶକ ଆସିଥିବା ଦେଖିବାକୁ ମିଳୁଛି ।

ସିନେମା ହଲ୍‍ ଭିତରକୁ ପ୍ରବେଶ ପୂର୍ବରୁ ସମସ୍ତ ଦର୍ଶକଙ୍କ ଥର୍ମାଲ ସ୍କ୍ରିନିଂ ସହିତ ହାତଧୁଆ ଏବଂ ମାସ୍କ ପିନ୍ଧିବାକୁ ନିଶ୍ଚିତ କରାଯାଉଛି । ଏପରିକି ହଲ୍‍ର ବିଭିନ୍ନ ସ୍ଥାନରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ପୋଷ୍ଟର ମରାଯାଇଛି । ଦୀର୍ଘଦିନ ପରେ ସିନେମାହଲ ଖୋଲିଥିବାରୁ ବଡ ପରଦାରେ ଚଳଚିତ୍ର ଦେଖିବାପାଇଁ ଦର୍ଶକମାନେ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here