Home Environment ଖୁବ୍ ଶୀଘ୍ର ଶୀତ କମିବ

ଖୁବ୍ ଶୀଘ୍ର ଶୀତ କମିବ

ଭୁବନେଶ୍ୱର : ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଫେବୃଆରୀ ମାସରେ ଦିନରେ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରା ଥଣ୍ଡା ରହିପାରେ ବୋଲି ସିଇସି ଜାରି କରିଥିବା ବୁଲେଟିନ୍‌ରେ କୁହାଯାଇଛି ।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ରାଜ୍ୟ ଉପରେ ପଡିବ । ଫେବୃଆରୀ ୩ ତାରିଖ ରାତିରେ ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ କରକାପାତ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ବରଗଡ, ସମ୍ବଲପୁର, ସୋନ୍‌ପୁର, ବଲାଙ୍ଗିର, ବୌଦ ଏବଂ ସୁନ୍ଦରଗଡ ଜିଲ୍ଲାରେ ଫେବୃଆରୀ ୩ ତାରିଖ ଅପରାହ୍ଣ ଓ ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଉତର ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ଫେବୃଆରୀ ୪ ତାରିଖରେ ସମାନ ପ୍ରକାର ପାଣିପାଗ ରହିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି ।