Home Education ଖାଲି ପଡିଛି ଶିକ୍ଷା ସେବା ପଦବୀ

ଖାଲି ପଡିଛି ଶିକ୍ଷା ସେବା ପଦବୀ

ଭୁବନେଶ୍ୱର : ଓଡିଶା ଶିକ୍ଷାସେବା କ୍ଷେତ୍ରରେ ଯେତିକି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ସେଥିରୁ ପାଖପାଖି ଅଧା ପଦବୀ ଖାଲି ପଡିଛି । ଚଳିତବର୍ଷ ଶେଷ ସୁଦ୍ଧା ଆହୁରି ଅନେକ ପଦବୀ ଖାଲି ପଡିଯିବ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ମନ୍ତ୍ରୀ ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ ଓଡିଶା ଶିକ୍ଷା ସେବା-୧ ବର୍ଗରେ ୫୦୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୩୦୭ଟି ଖାଲି ପଡିଛି । ଚଳିତବର୍ଷ ଶେଷ ବେଳକୁ ଏହି ପାହ୍ୟାର ଆଉ ୫ଟି ପଦବୀ ଖାଲି ହୋଇଯିବ ।

ସେହିଭଳି ଓଡିଶା ଶିକ୍ଷାସେବା-୨ ବର୍ଗରେ ମୋଟ୍‍ ୫୦୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୨୩୯ଟି ଖାଲି ପଡିଛି । ବର୍ଷ ଶେଷ ବେଳକୁ ଆଉ ୮୯ ପଦବୀ ଖାଲି ହୋଇଯିବ । ସିନିୟର ଏସ୍‍ଇଏସ୍‍ ପାହ୍ୟାରେ ୪୪୨୧ଟି ପଦବୀ ଥିବାବେଳେ ଏଥିରୁ ୧୫୨୨ ପଦବୀ ଖାଲି । ବର୍ଷ ଶେଷ ବେଳକୁ ଏହି ପାହ୍ୟାରେ ୩୫୬ଟି ପଦବୀ ଖାଲି ହୋଇଯିବ ।

ବରିଷ୍ଠ ଏସ୍‍ଇଏସ୍‍ ପାହ୍ୟାରେ ଖାଲି ପଡିଥିବା୧୫୨୨ ପଦବୀ ମଧ୍ୟରୁ କେବଳ କୋରାପୁଟ ଜିଲ୍ଲାରେ ୧୩୬ ପଦବୀ ରହିଥିବାବେଳେ ଗଞ୍ଜାମରେ ୧୨୪, ରାୟଗଡାରେ ୧୦୬ ପଦବୀ ରହିଛି । ସବୁଠାରୁ କମ୍‍ା ମାତ୍ର ୫ଟି ଖାଲି ପଦବୀ ଦେବଗହ ଜିଲ୍ଲାରେ । ସେହିଭଳି ଶିକ୍ଷା ସେବା ବର୍ଗ-୨ରେ ଖାଲି ପଡିଥିବା ପଦବୀ ମଧ୍ୟରୁ ୩୨ଟି ଗଞ୍ଜାମ ଜିଲ୍ଳାରେ ଥିବାବେଳେ ୧୧ଟି ରାୟଗଡା ଜିଲ୍ଲାରେ ରହିଛି । ତେବେ ଖାଲି ପଡିଥିବା ପଦବୀଗୁଡିକୁ ପୂରଣ ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here