ଭୁବନେଶ୍ୱର : ୨୦୨୦-୨୧ ଖରିଫ୍ରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପି-ପାସ୍ ଓ ଚାଷୀମାନଙ୍କୁ ଆଗୁଆ ଟୋକେନ୍ ପ୍ରଦାନ ମାଧ୍ୟମରେ ମୋଟ ୬୨ ଲକ୍ଷ ୯୩ ହଜାର ୭୫୨ ମେଟି୍ରକ୍ ଟନ୍ ଖରିଫ୍ ଧାନ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ଖରିଫ ଧାନ ସଂଗ୍ରହ ତୁଳନାରେ ୧୮ ପ୍ରତିଶତ ଅଧିକ । ଚଳିତ ବର୍ଷ ଗତବର୍ଷଠାରୁ ୯ ଲକ୍ଷ ୬୨ ହଜାର ମେଟି୍ରକ୍ ଟନ ଅଧିକ ଧାନ ସଂଗ୍ରହ କରାଯାଇପାରିଛି । ଗତବର୍ଷ ଖରିଫ୍ରେ ୫୩ ଲକ୍ଷ ୩୧ ହଜାର ୧୮୬ ମେଟି୍ରକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା ।
ସେହିପରି ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨ ଲକ୍ଷ ୩୫ ହଜାର ୯୨୬ ଜଣ ଅଧିକ ଚାଷୀ ଖରିଫ୍ ଧାନ ବିକି୍ର କରିଛନ୍ତି । ଗତବର୍ଷ ସମୁଦାୟ ୯ ଲକ୍ଷ ୫୬ ହଜାର ୬୮୬ ଜଣ ପଂଜିକୃତ ଚାଷୀ ସେମାନଙ୍କ ଖରିଫ୍ ଧାନ ବିକିଥିବାବେଳେ ଚଳିତ ଖରିଫରେ ୧୧ ଲକ୍ଷ ୯୨ ହଜାର ୧୨ ଜଣ ପଂଜିକୃତ ଚାଷୀ ଧାନ ବିିକି୍ର କରିଛନ୍ତି । ସେହିପରି ଗତବର୍ଷ ସଂଗୃହୀତ ଖରିଫ ଧାନର ମୂଲ୍ୟ ୯ ହଜାର ୬୭୬ କୋଟି ଟଙ୍କା ହୋଇଥିବାବେଳେ ଚଳିତ ବର୍ଷ ସଂଗୃହୀତ ଧାନର ମୂଲ୍ୟ ମୋଟ ୧୧ ହଜାର ୭୫୬ କୋଟି ଟଙ୍କା ହୋଇଛି ।
ଚଳିତ ଖରିଫ୍ରେ ପ୍ରମୁଖ ଧାନ ସଂଗ୍ରହକାରୀ ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ଗତବର୍ଷ ଖରିଫ ଧାନ ତୁଳନାରେ ୧୩ ପ୍ରତିଶତ ଅଧିକ ହୋଇଥିବାବେଳେ ବଲାଙ୍ଗୀରରେ ୨୨ ପ୍ରତିଶତ, ସମ୍ବଲପୁରରେ ୧୫ ପ୍ରତିଶତ କୋରାପୁଟରେ ୪୦ ପ୍ରତିଶତ, କଳାହାଣ୍ଡିରେ ୧୪ ପ୍ରତିଶତ, ନବରଙ୍ଗପୁରରେ ୨୮ ପ୍ରତିଶତ ଏବଂ ନୂଆପଡ଼ା ଜିଲ୍ଲାରେ ୨୭ ପ୍ରତିଶତ ଅଧିକ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୨୦ ପ୍ରତିଶତ, ପୁରୀରେ ୨୬ ପ୍ରତିଶତ ଏବଂ କେନ୍ଦୁଝର ଜିଲ୍ଲାରେ ୨୬ ପ୍ରତିଶତ, ଭଦ୍ରକରେ ୩୬ ପ୍ରତିଶତ, କଟକରେ ୨୦ ପ୍ରତିଶତ, ଗଜପତିରେ ୩୫ ପ୍ରତିଶତ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୭ ପ୍ରତିଶତ ଓ ମୟୂରଭଞ୍ଜରେ ୩୩ ପ୍ରତିଶତ ଅଧିକ ଖରିଫ୍ ଧାନ ସଂଗ୍ରହ ହୋଇଛି ।
ଏଥିସହ ଗତବର୍ଷ ଅପେକ୍ଷା ଚଳିତ ଖରିଫରେ ଅଧିକ ୪୬ଟି ସୋସାଇଟିରେ ଧାନ ସଂଗ୍ରହ କରାଯାଇଥିଲା । ଗତବର୍ଷ ୨୮୩୫ଟି ସୋସାଇଟି ମାଧ୍ୟମରେ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ଖରିଫରେ ୨୮୮୧ଟି ସୋସାଇଟି ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିଲେ । ସେହିପରି ଗତବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ୩୫୪୩ଟି ମଣ୍ଡି ଖୋଲା ଯାଇଥିବାବେଳେ ଚଳିତ ବର୍ଷ ୩୮୪୦ଟି ମଣ୍ଡି ଖୋଲା ଯାଇଥିଲା ତାହା ଗତବର୍ଷ ତୁଳନାରେ ୨୯୭ଟି ଅଧିକ ।

