Home Finance କ୍ଷତିଗ୍ରସ୍ତ ଜାମାକାରୀଙ୍କ ପାଇଁ ୱେବସାଇଟ୍‍

କ୍ଷତିଗ୍ରସ୍ତ ଜାମାକାରୀଙ୍କ ପାଇଁ ୱେବସାଇଟ୍‍

ଭୁବନେଶ୍ୱର : ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପରଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦାବି ଦରଖାସ୍ତ ଆହ୍ୱାନ ନିମନ୍ତେ ଓଡ଼ିଶା ସରକାରଙ୍କର ଏକ ନୂତନ ୱେବସାଇଟ୍‍ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ​ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି ।

ଭର୍ଚୁଆଲ୍‌ ମୋଡ୍‌ରେ ହୋଇଥିବା ଏହି ୱେବସାଇଟ୍‍ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହା ପରେ ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ େୱବ୍‌ସାଇଟ୍‌ ଉନ୍ମୋଚନ କରି ସବିଶେଷ ସୂଚନା ପ୍ରଦାନ କରିଥିଲେ । କ୍ଷତିଗ୍ରସ୍ତ ଜମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଓଡ଼ିଶା ସରକାରଙ୍କର ଏହି ୱେବସାଇଟ୍‍ହେଉଛି www.opid.odisha.gov.in ।

ପୂର୍ବରୁ ମେସର୍ସ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନୀସମୂହର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫ୍‌ଲାଇନ୍‌ରେ ଦାବି ଆବେଦନ ଆହ୍ୱାନ କରାଯାଇଥିଲା । ସେହିସବୁ ଦାବି ଆବେଦନ ପତ୍ର ଗ୍ରହଣ, ତାହାର ଡିଜିଟାଇଜେସନ୍‌, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେସନ୍‌ ଆଦି କାର୍ଯ୍ୟ ସମୟ ସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା । ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଓ ସରଳ େୱବ୍‌ସାଇଟ୍‌ ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ୍‌ ସେଣ୍ଟର (ଓକାକ୍‌) ଜରିଆରେ ଡିଜାଇନ୍‌ କରିଛନ୍ତି ।

ବର୍ତ୍ତମାନ ଏହି େୱବ୍‌ସାଇଟ୍‌ ପ୍ରଚଳନ ପରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଏଣିକି ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍‌ଲାଇନ୍‌ରେ ସେମାନଙ୍କ ଦାବି ଦରଖାସ୍ତ ଦାଖଲ କରିପାରିବେ । ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ଠିକଣା ରାଜ୍ୟ ସରକାରଙ୍କ www.odisha.gov.in ସାଇଟ୍‌ରେ ଉପଲବ୍ଧ ଅଛି । ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ ହୋଇଥିବା ଦାବି ଦରଖାସ୍ତଗୁଡ଼ିକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରକି୍ରୟାକରଣ କରାଯାଇ ପାରିବ । ଏ

ତଦ୍‌ବ୍ୟତୀତ କ୍ଷେତ୍ରୀୟ ତଦନ୍ତ ଟିମ୍‌ମାନେ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୁପଣ ପାଇଁ ଏହି େୱବ୍‌ସାଇଟ୍‌ ଅତ୍ୟନ୍ତ ସହାୟକ ହେବ । ଜମାକାରୀମାନେ ଅନ୍‌ଲାଇନ୍‌ ଆବେଦନ କଲାବେଳେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ଟୋଲ୍‌ ଫି୍ର ନମ୍ବର ମଧ୍ୟ ଜାରି କରାଯାଇଛି । ବ

ର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଯୋଗୁଁ ରାଜ୍ୟବ୍ୟାପି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଚାଲୁଥିବାବେଳେ ଏହି ୱେବସାଇଟ୍‍ ପ୍ରଚଳନ ଦ୍ୱାରା ଜମାକାରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍‌କର ଦାବି ଆବେଦନ(କ୍ଲେମ୍‌ ଆପ୍ଲିକେସନ୍‌) ଦାଖଲ କରି ବହୁଳ ଭାବେ ଉପକୃତ ହେବେ ବୋଲି ଆଶା ଓ ବିଶ୍ୱାସ ।

ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ସ୍ୱାର୍ଥସାଧନ କରିବାରେ ଏହି େୱବ୍‌ସାଇଟ୍‌ ପ୍ରଚଳନ ବାସ୍ତବିକ ରାଜ୍ୟ ସରକାରଙ୍କର ଏକ ବଳିଷ୍ଠ ଓ ଯୁଗାନ୍ତକାରୀ ପଦକ୍ଷେପ । ସରକାରଙ୍କର ୫-‘ଟି’ ଏଜେଣ୍ଡାର ଆଭିମୁଖ୍ୟ ଅନୁଯାୟୀ ଏହି ୱେବସାଇଟ୍‍ ପ୍ରଚଳନ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୁପଣ ଅତ୍ୟନ୍ତ ସ୍ୱଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ ।

ସୂଚନାଯୋଗ୍ୟ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇ-ଟେକ୍‌ ଇଷ୍ଟେଟସ୍‌ ଓ ପ୍ରମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମେସର୍ସ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ ଯୋଜନାରେ ବସୋପଯୋଗୀ ଜମି (ପ୍ଲଟ୍‌) ପାଇଁ ଟଙ୍କା ଜମା ଦେଇ କୌଣସି ଜମି(ପ୍ଲଟ୍‌) ନପାଇ କିମ୍ବା ଜମାରାଶି ଫେରସ୍ତ ନପାଇ କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୁପଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ଜୁନ ୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଦାବି ଦରଖାସ୍ତ ଆହ୍ୱାନ କରାଯାଉଛି ।

ଏହା ପରେ ଜମାକାରୀମାନଙ୍କ ଅର୍ଥ ଆତ୍ମସାତ୍‌ କରିଥିବା ଯେଉଁସବୁ ପ୍ରତିଷ୍ଠାନର ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ ନିମିତ୍ତ ସରକାର ଦେଇଥିବା ଅନ୍ତରୀଣ କୋରଖ ଆଦେଶକୁ ମାନ୍ୟବର ପଦନାମିତ ନ୍ୟାୟାଳୟମାନେ ନିରଙ୍କୁଶ କରିଛନ୍ତି । ପର୍ଯ୍ୟାୟ କ୍ରମେ ସେହିସବୁ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ ଦାବି ଦରଖାସ୍ତ ଆହ୍ୱାନ କରାଯିବ ।