Home Administration କୋହଳ ହେଲା ନିର୍ବାଚନ ପ୍ରଚାର କଟକଣା

କୋହଳ ହେଲା ନିର୍ବାଚନ ପ୍ରଚାର କଟକଣା

ଭୁବନେଶ୍ୱର: ରାଜ୍ୟରେ କୋଭିଡ -୧୯ ସ୍ଥିତିର ଉନ୍ନତି ସହିତ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍‍ଇସି) ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ), ୨୦୨୨ ରେ ସାଧାରଣ ର୍ନିବାଚନ ସମୟରେ ପ୍ରଚାର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ଆଂଶିକ କୋହଳ କରିଛନ୍ତି ।

ସୋମବାର ଏଠାରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବାବେଳେ ରାଜ୍ୟ ର୍ନିବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ପ୍ରାର୍ଥୀମାନେ ସମର୍ଥକଙ୍କ ସମେତ ସର୍ବାଧିକ ୨୦ ଜଣଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିପାରିବେ । ଏହାପୂର୍ବରୁ, କେବଳ ଞ୍ଚ୫ ଜଣଙ୍କୁ ନେଇ ଘରକୁ ଘର ପ୍ରଚାର ଅଭିଯାନରେ ଯିବାକୁ ଅନୁମତି ଦିଆଯାଇଥିଲା ।

ସେହିଭଳି ୩୦୦ ଜଣ ବ୍ୟକ୍ତିଙ୍କ ସହିତ ଖୋଲା ସଭାକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ବାଇକ୍ ରାଲି, ସାଇକେଲ ରାଲି ଏବଂ ପଦଯାତ୍ରା ଇତ୍ୟାଦି ଅନ୍ୟ ସମସ୍ତ ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ଶ୍ରୀ ପାଢୀ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟୋଗ ଉପରୋକ୍ତ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି ।

ରାଜନୈତିକ ଦଳ / ପ୍ରତିଯୋଗୀ ପ୍ରାର୍ଥୀମାନଙ୍କ ଦ୍ୱାରା କୋଭିଡ୍ -୧୯ ପ୍ରୋଟୋକଲଗୁଡିକର କଡା ପାଳନ ଅନୁଯାୟୀ ଖୋଲାସ୍ଥାନରେ ସର୍ବାଧିକ ୩୦୦ ଜଣ ବ୍ୟକ୍ତିଙ୍କ ସହିତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି କ୍ରମେ ସାଧାରଣ ସଭା ଆୟୋଜିତ ହୋଇପାରିବ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ସାମାଜିକ ଦୂରତା ଆଦି ପାଇଁ ଆୟୋଗ ଜାରି କରିଥିବା ମାର୍ଗଦର୍ଶିକା କଡାକଡି ପାଳନ କରାଯିବ ।

ଆଜି ସକାଳେ ଜିଲ୍ଲାପାଳମାନଙ୍କ ସହ ଏକ ସମୀକ୍ଷା ବୈଠକ ଅେୟୋଜନ କରିଥିବା ଶ୍ରୀ ପାଢୀ କହିଛନ୍ତି ଯେ ପ୍ରାୟ ୮୦ ରୁ ୯୦ ପ୍ରତିଶତ ମତଦାନ କାର୍ଯ୍ୟ ପାଇଁ ମୁତୟନ କର୍ମଚାରୀଙ୍କୁ ସତର୍କତାମୂଳକ ଡୋଜ ଦିଆଯାଇଛି ଏବଂ ଅନ୍ୟମାନେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଏହାର ମାତ୍ରା ପାଇବେ ।

ସହରାଞ୍ଚଳରେ ମତଦାନ ପାଇଁ ୱାର୍ଡ-ୱାରୀ ର୍ନିବାଚନ ରୋଲ ପ୍ରସ୍ତୁତି ଉପରେ କମିଶନ କହିଛନ୍ତି ଯେ ଫେବୃଆରୀ ୧୦ ରେ ଚୂଡ଼ାନ୍ତ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ । ପୌର ନିର୍ବାଚନ, ଯାହା ପଞ୍ଚାୟତ ନିର୍ବାଚନ ପରେ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବାର ସମ୍ଭାବନା ଅଛି ।

ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ର୍ନିବାଚନ ଅନୁଷ୍ଠିତ ହେବ । ଭୋଟ୍ ଗଣନା ଏବଂ ଫଳାଫଳ ଘୋଷଣା ଫେବୃଆରୀ ୨୬, ୨୭ ଏବଂ ୨୮ ରେ ବ୍ଲକ ସ୍ତରରେ କରାଯିବ ।