Home Covid କୋଭିଡ ଖର୍ଚ୍ଚ ୧୦୪୦ କୋଟିରୁ ଅଧିକ

କୋଭିଡ ଖର୍ଚ୍ଚ ୧୦୪୦ କୋଟିରୁ ଅଧିକ

ଭୁବନେଶ୍ୱର : ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ସରକାର କୋଭିଡ ମହାମାରୀ ମୁକାବିଲା ପାଇଁ ୧୦୪୦ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିସାରିଲେଣି । ଏଥି ମଧ୍ୟରୁ କେନ୍ଦ୍ର ସରକାର ୩୮କୋଟି ୮୬ଲକ୍ଷ ଟଙ୍କା ସହାୟତା କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୧ ଅଗଷ୍ଟ ସୁଦ୍ଧା ସରକାର ୧୦୪୦,୧୯,୨୭,୬୦୫ ଟଙ୍କା ଖର୍ଚ୍ଚ କରିଛନ୍ତି । କୋରାପୁଟ ଜିଲ୍ଲାର ବିଧାୟକମାନଙ୍କ ପାଣ୍ଠିରୁ ମୋଟ୍‍ ୭୭,୩୮,୪୨୦ ଟଙ୍କା ସହାୟତା କରାଯାଇଥିବାବେଳେ ସେଥିରେ ଦୁର୍ନୀତିର କୌଣସି ଗନ୍ଧ ନାହିଁ । (ତଥ୍ୟ)