Home Education ଏପ୍ରିଲ ୧ରୁ ନାମଲେଖା ପଞ୍ଜିକରଣ

ଏପ୍ରିଲ ୧ରୁ ନାମଲେଖା ପଞ୍ଜିକରଣ

ଭୁବନେଶ୍ୱର : ୨୦୨୧-୨୦୨୨ ଶିକ୍ଷାବର୍ଷ ଲାଗି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାପାଇଁ ୧ ଏପ୍ରିଲ, ୨୦୨୧ରୁ ଅନ୍‍ଲାଇନ୍‍ ପଞ୍ଜିକରଣ ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍‍ ୨୦୨୧ରୁ ଅଫ୍‍ଲାଇନରେ ପଞ୍ଜିକରଣ ହେବ ।

ପ୍ରଥମ ଶ୍ରେଣୀ ପାଇଁ ଅନ୍‍ଲାଇନ୍‍ ପଞ୍ଜିକରଣ ୧ଏପ୍ରିଲ୍‍ ୨୦୨୧ ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ୧୯ ଏପ୍ରିଲ ୨୦୨୧ ସଂଧ୍ୟା ୭ଟାରେ ବନ୍ଦ ହେବ । ନାମଲେଖା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ୱେବସାଇଟ୍‍ https://kvsonlineadmission.kvs.gov.in ଏବଂ ଆଣ୍ଡ୍ରଏଡ୍‍ ମୋବାଇଲ୍‍ ଆପରେ ମିଳିପାରିବ ।

୨୦୨୧-୨୨ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ଅନ୍‍ଲାଇନରେ ନାମ ଲେଖାପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଅଫିସିଆଲ ଆଣ୍ଡ୍ରଏଡ୍‍ ମୋବାଇଲ୍‍ ଆପ୍‍ ରହିଛି ଏବଂ ଏହି ଆପ୍‍ ଗୁଗୁଲ ପ୍ଲେ ଷ୍ଟୋର ସହିତ https://kvsonlineadmission.kvs.gov.in/apps   ରେ ଉପଲବ୍ଧ ।

ଏପ୍ରିଲ୮ ସକାଳ ୮ଟାରୁ ଏପ୍ରିଲ୍‍ ୧୫ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଫ୍‍ଲାଇନ୍‍ ମୋଡରେ ଆସନ ଉପଲବ୍ଧତା ଆଧାରରେ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ  ପଞ୍ଜିକରଣ ଆମନ୍ତ୍ରିତ ହେବ ।

ଏକାଦଶ ଶ୍ରେଣୀ ପାଇଁ ପଞ୍ଜିକରଣ ସକାଶେ ୨୦୨୧-୨୦୨୨ ନାମଲେଖା ସୂଚୀ ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ୱେବସାଇଟ୍‍ରୁ ଡାଉନଲୋଡ କରିପାରିବେ ଯାହା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୱେବସାଇଟ୍‍ ରେ ଉପଲବ୍ଧ ।

ସମସ୍ତ ଶ୍ରେଣୀ ପାଇଁ ବୟସ ହିସାବ ୩୧.୦୩.୨୦୨୧ ରେ ହେବ । ୱେବସାଇଟ୍‍ରେ ଉପଲବ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମାଗଁଦର୍ଶିକା ଅନୁଯାୟୀ ଆସନ ସଂରକ୍ଷଣ ହେବ ।

ବର୍ତ୍ତମାନ କୋଭିଡ-୧୯ ସ୍ଥିତିରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (କେନ୍ଦ୍ର/ରାଜ୍ୟ/ସ୍ଥାନୀୟ) ଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁସରଣ ପାଇଁ ନିବେଦନ କରାଯାଇଛି । ସମ୍ପ୍ରତି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୧୨୪୭ଟି କେନ୍ଦ୍ରୀୟ ବିଦ୍ୟାଳୟ ସମୂହକୁ ନେଇ କାର୍ଯ୍ୟ କରୁଛି ।