Home Administration କିନ୍ନରଙ୍କ ହାତରେ ବିଏମସି ପାର୍କିଂ

କିନ୍ନରଙ୍କ ହାତରେ ବିଏମସି ପାର୍କିଂ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳକୁ ଅଗ୍ରଣୀ କିନ୍ନର ସଂଗଠନକୁ ହସ୍ତାନ୍ତର କରାଯାଇଛିି । ଏହି ହସ୍ତାନ୍ତର କରିଛନ୍ତି ବିଏମସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧାରୀ । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ରହଣୀ ନିକଟରେ ଏହି କାର୍ଯର୍ର୍ର୍୍ୟକ୍ରମ ଅନୁଷ୍ଠିତ ହୋଇଅଛି ।

କିନ୍ନରଙ୍କ ଅନ୍ତର୍ଭୁକ୍ତିକରଣ ଏବଂ ମୁଖ୍ୟ ସ୍ରୋତରେ ସାମିଲର ଆଭିମୁଖ୍ୟ ଏବଂ ରହିଥିବା ସୁଯୋଗ ଅନୁଯାୟୀ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ୍ କରିବାର ପ୍ରଚେଷ୍ଟା ସ୍ୱରୁପ ଏହି ପଦକ୍ଷେପ ନିଆଯାଇଛି । ଏହା ଏକ ରାଜସ୍ୱ ଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ନିୟମିତ ପ୍ରକ୍ରିୟାରେ ଏହାର ତଦାରଖ କରାଯିବ ବୋଲି କହିଛନ୍ତି କମିଶନର ।

ତେବେ ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଦୁଇଟି ପାର୍କିିଂ ଅଞ୍ଚଳ ଯାହାକି- ଶ୍ରୀଲେଦର୍ ସୋରୁମରୁ ଅଶୋକା ମାର୍କେଟ୍ ଯେଉଁଥିରେ, ଚାରୋଟି ପାର୍କିଂ ସ୍ଥଳୀ ଅର୍ନ୍ତଭୁକ୍ତ । ସେଗୁଡିକ ହେଲା- ୧) ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀଲେଦର ସୋରୁମ୍ ସାମନା ପର୍ଯ୍ୟନ୍ତ ୨) ହୋଟେଲ୍ ରୟାଲ୍ ମିଡଟାଉନରୁ ଆର୍ଯ୍ୟପ୍ୟାଲେସ୍ ୩) ଅଶେକା ମାର୍କେଟରୁ ସିଟି ରେସିଡେନ୍ସି ୪) ରୟାଲ୍ ମିଡ୍ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍, ଅଶୋକ ନଗର ।

ଦ୍ୱିତୀୟ ପାର୍କିଂ ଲଟଟି ହେଲା-ମାଷ୍ଟର୍ କ୍ୟାଣ୍ଟିନ ଛକଠାରୁ ଶ୍ରୀୟାଛକ ପର୍ଯ୍ୟନ୍ତ । ଏଥିରେ ଥିବା ପାର୍କିଂ ସ୍ଥାନ ଗୁଡିକ ହେଲା- ୧) ହୋଟେଲ୍ ସ୍ୱସ୍ତି ବିପରୀତ ପାଶ୍ୱର୍ରେ ଥିବା ଖାରବେଳ ନଗରର ସ୍ଥାନ(ଅଫଷ୍ଟି୍ରଟ୍), ୨) ଇପାରୀ ସଦାଶିବ ଜୁଏଲାରୀ ଠାରେ ଥିବା ଖାରବେଳ ନଗର, ୩) ନରୁଲା ଜେନେରାଲ୍ ଷ୍ଟୋର୍ ସମ୍ମୁଖରୁ ପି ସି ଚାନ୍ଦ୍ ପର୍ଯ୍ୟନ୍ତ ଖାରବେଳ ନଗର, ୪) ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନାରେ ଥିବା ଖାରବେଳ ନଗର ଏବଂ ୫)ରେ ହୋଟେଲ୍ କେଶରୀ ସମ୍ମୁଖସ୍ଥ ଖାରବେଳ ନଗର ।

ଏହି ପାର୍କିଂ ଲଟ୍ ଗୁଡିକ ଦୁଇମାସ ପାଇଁ ପରୀକ୍ଷାମୂଳକ ଭାବେ ଭାବେ ଦିଆଯାଇଛି ବୋଲି କହିଛନ୍ତି ଡେପୁଟି କମିଶନର, ରାଜସ୍ୱ ଶ୍ରୀମନ୍ତ ମିଶ୍ର । ପ୍ରଥମ ପାର୍କିଂ ଲଟ୍ ପାଇଁ ମାସିକ ଦେୟ ଟ.୨,୨୩,୦୦୦/- ଏବଂ ଦ୍ୱିତୀୟ ପାର୍କିି ଲଟ୍ ପାଇଁ ମାସିକ ଟ.୧,୪୬,୦୮୯/-ରହିଛି । ସଂପୃକ୍ତ ସଂସ୍ଥା ଏହି ଦେୟ ବିଏମସିକୁ ଗୋଟିଏ ମାସ ପୁରିବାର ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ଭରଣା କରିବେ । ଏଥିପାଇଁ ଟିଜି ସ୍ୱୀକୃତି ଟ.୭,୩୮୦/- ସିକ୍ୟୁରିଟି ଡିପୋଜିଟ୍ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଟିଜି ଗ୍ରୁପ୍ ପାର୍କିଂ ଲଟର ସୂଚନା ପ୍ରଦର୍ଶନ କରିବେ ଯାହାକି ପାର୍କିଂଲଟର ନାମ, ଜୋନର ନାମ, ପାର୍କିଂଲଟ୍ ସାଇଜ୍, କଂଟ୍ରାକ୍ଟ ପିରିଅଡ଼୍, ପରଚାଳନା ସଂସ୍ଥାର ଫୋନ୍ ନମ୍ବର, ରେଟ୍ ଚାର୍ଟ ଇତ୍ୟାଦି ।ଦୁଇଟି ପାର୍କିଂଲଟ୍ ର ଦାୟିତ୍ୱ ନେଇଥିବା ସଂସ୍ଥା ମୁଖପାତ୍ର ମେଘନା ସାହୁ କହିଛନ୍ତି ଯେ, ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ଆମେ ଯେଉଁଭଳି ପରିଶ୍ରମ କରିଅଛୁ ପାର୍କିଂ ଲଟ୍ କାର୍ଯ୍ୟରେ ମନଲାଖି କାମ କରି ଦେଖାଇବୁ ଏବଂ ବିଏମସି ର ରାଜସ୍ୱ ଆଦାୟ ସାଙ୍ଗକୁ ଶୃଙ୍ଖଳାର ସହିତ କାମ କରି ନିଜ ଗୁଜୁରାଣ ମେଂଟାଇବା ପାଇଁ ଲକ୍ଷ୍ୟ ରଖିଛୁ । ବିଏମସି କର୍ତୃପକ୍ଷଙ୍କ ଅନ୍ତର୍ଭୁକ୍ତିିକରଣ ଉଦାର ଭାବନା ପାଇଁ ଆମେ କୃତଜ୍ଞ ବୋଲି କହିଛନ୍ତି ମେଘନା ।

କୌଣସି ବ୍ୟକ୍ତି ୫ ଘଣ୍ଟା ଗାଡି ରଖିଲେ ପ୍ରତ୍ୟେକ ଯାନକୁ ଘଣ୍ଟା ପ୍ରତି ୨୦% ଅଧିକ ଅର୍ଥ ଦେବାକୁ ହେବ । ଇଲେକ୍ଟ୍ରିକ୍ ଯାନ ପାଇଁ ୪୦% ରିହାତି ମିଳିବ । ତେବେ ସାଇକଲ୍ ପାଇଁ କୌଣସି ପାର୍କିି ଫି ପଡିବ ନାହିଁ । ଏହି ପାର୍କିଂଲଟ୍ର ୫% ସ୍ଥାନ ସାଇକଲ୍ ପାଇଁ ଉଦିଷ୍ଟ । ଧାର୍ଯ୍ୟ ଦର ବ୍ୟତୀତ ଅନ୍ୟ କୌଣସି ଫି ଆଦାୟ କରାଯାଇ ପାରିବ ନାହିଁ । ପ୍ରଥମ ପେମେଂଟ ଗାଡି ରଖିଲାବେଳେ ଆଦାୟ କରାଯିବ । ଟିଜି ଗ୍ରୁପ୍ ପି ଓ ଏସ୍ ମେସିନ୍ ବ୍ୟବହାର କରି ବିଲ୍ ଦେବେ, ଅଳ୍ପ କିଛି ଦିନ ମଧ୍ୟରେ ମେସିନ୍ ଏବଂ କ୍ୟୁ ଆର୍ କୋଡ୍ ଉପଲବ୍ଧ ହେବ ।

ବିଏମସି ଜୋନାଲ୍ ଡେପୁଟି କମିଶନର୍ ଏହାର ସମାୟାନୁଭିତିକ ସମୀକ୍ଷା କରିବେ ଏବଂ ପ୍ରତ୍ୟେକ ଉଲ୍ଲଂଘନ ପାଇଁ ଟ.୧୦୦୦/- ଜୋରିମାନା କରାଯିବ । ଦିବ୍ୟାଂଗଙ୍କ ନିମନ୍ତେ ସ୍ୱତନ୍ତ୍ର ସୁବିଧା କରିବେ । ସଂପୃକ୍ତ ସ୍ଥାନର ଦୋକାନଙ୍କ ପାଇଁ ଦୈନିକ ପାସ୍ ଟ. ୨୦/-, ୧୫ ଦିନକୁ ଟ.୩୦୦/- ଏବଂ ମାସକୁ ଟ. ୫୦୦/- ର ବ୍ୟବସ୍ଥା । ଆଦାୟକାରୀଙ୍କୁ ସ୍ୱତନ୍ତ୍ର ଆପ୍ରୋନ୍ ଏବଂ ମନିବ୍ୟାଗ୍ ଯୋଗାଇଛନ୍ତିି ଆଇ ସି ଆଇ ସି ଆଇ ବ୍ୟାଙ୍କ୍ ଏବଂ ରାମୋଲି କ୍ରିଏସନ୍