Home Agriculture କାଳିଆ ଯୋଜନାରେ ଗଲା ୯୨୦ କୋଟି ଟଙ୍କା

କାଳିଆ ଯୋଜନାରେ ଗଲା ୯୨୦ କୋଟି ଟଙ୍କା

ଭୂବନେଶ୍ୱର : ଅଷୟ ତୃତୀୟା ଅବସରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଛନ୍ତି ।

ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନା ର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତି ରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ  ଆଶା ପ୍ରକାଶ କରିଥିଲେ ।

 ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ  ଏହା ସହାୟକ ହୋଇଛି । ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 ଚାଷୀ ଙ୍କ ତ୍ୟାଗ ର ଉଚ୍ଚ ପ୍ରଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ  ଚାଷୀର ତ୍ୟାଗ ର ତୁଳନା ନାହିଁ ।ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଜୀବନୀ ପରି ଶକ୍ତି ଦେଇଥିଲା ।ତେଣୁ ଚାଷୀର ତ୍ଯାଗ ର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ  ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋ ରାଜ୍ୟର ଚାଷୀ ,ଭଲରେ ରହୁ । ତାର ରୋଜଗାର ବଢୁ ତା ପରିବାରରେ  ସମୃଦ୍ଧି ଆସୁ ।ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି ।”  କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ଆମେ କୋଭିଡ଼ ସକ୍ରମଣର ଦ୍ଵିତୀୟ ଲହର ର ସାମନା କରୁଛେ ।ସକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି ।କିନ୍ତୁ କୃଷି ଷେତ୍ର ପାଇଁ  କୌଣସି ଲକ୍ ଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ

 କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା  ସହିତ ସରକାର ଙ୍କ ବିଭିନ୍ନ କୃଷି ବିକାଶ ଯୋଜନା ର ସୁଯୋଗ  ମଧ୍ୟ ନେବା ସେ ପାଇଁ ଆହ୍ଵାନ ଜଣାଇଥିଲେ ।ଶେଷରେ ,ଚଳିତ ବର୍ଷ ପାଇଁ ଭଲ ପାଗ ,।ଭଲ ଫସଲ  ଓ ଚାଷୀ ପରିବାରର ସମୃଦ୍ଧି  ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ସରକାର ଙ୍କ କୋଭିଡ଼ ନିୟମ କୁ କଡା କଡି ଭାବରେ ପାଳନ କରିବା ପାଇଁ ସମସ୍ତ ଙ୍କୁ ପୁଣି ଥରେ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନା ରେ  ଲଷ ଲଷ ଛୋଟ ଚାଷୀ ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ଉପକାର ପାଉଛନ୍ତି ।

କାଳିଆ  ସହାୟତାରେ ଚାଷୀ  କୃଷି ସାମଗ୍ରୀ କିଣବା ବେଳ ଭୂମି ହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାର ର ରୋଜଗାର ବଢାଇଥାଏ ।

ଏହି କାର୍ଯ୍ୟକ୍ରମ ରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ,କାଳିଆ ଯୋଜନା କିପରି କୋଭିଡ଼ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା ଉପରେ ଆଲୋକପାତ କରିଥିଲେ ।