Home General କଳାଭୂମିରେ ଖୋଲା ପାଠାଗାର

କଳାଭୂମିରେ ଖୋଲା ପାଠାଗାର

ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି ।

ଓଏସ୍‌ଆର୍‌ଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍‌ ଦ୍ୱାରା ଏହି ବସ୍‌ ପାଠାଗାର ପ୍ରତିଷ୍ଠା କରାଯାଇଛି ।

ଆଜି ଏହି ପାଠାଗାର ଉଦ୍‌ଘାଟନ ଉତ୍ସବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଉପେନ୍ଦ୍ର ତିି୍ରପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ସିଡାକ୍‌ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଶ୍ରୀ ସୁଜିତ ମହାପାତ୍ର ଉପସ୍ଥିତ ଥିଲେ ।

ଏହି ବସ୍‌ ପାଠାଗାରରେ ୪୦୦୦ରୁ ଊଦ୍ଧ୍ୱର୍ ପୁସ୍ତକ ରହିଛି । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବୟସର ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏଠାରେ ଇଂରାଜୀ ଓ ଓଡ଼ିଆ ପୁସ୍ତକ ରହିଛି । ଏହି ପାଠାଗାର ଅପରାହ@ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ଛଅଦିନ ଖୋଲା ରହିବ । ନିୟମିତ ଭାବରେ ଗଳ୍ପ, କଳା ଓ ହସ୍ତକଳା ଅଧିବେଶନ ରହିବ ।

ମାନ୍ୟବର ସାଂସଦ ଶ୍ରୀ ଅମର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ କଳାଭୂମି ପରିସରରେ ବହୁପ୍ରତୀକ୍ଷିତ ସୋଲାର ପ୍ୟାନେଲ ପାୱାର ଜେନେରେସନ୍‌ ସିଷ୍ଟମ ସ୍ଥାପିତ ହେବାକୁ ଯାଉଛି ।

କଳାଭୂମିର ସଂଗ୍ରହାଳୟ ପ୍ରତ୍ୟହ ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଛି । ଜୁନ ୧୪ ଓ ୧୫ ତାରିଖ ଦିନ ରଜ ମହୋତ୍ସବ ଅବସରରେ କଳାଭୂମିଠାରେ କଳା-କାରିଗରୀର ପ୍ରତ୍ୟକ୍ଷ ପ୍ରଦର୍ଶନ, କର୍ମଶାଳା, ସଂଗୀତ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।