Home Covid କରୋନା ମୁକାବିଲା ପାଇଁ ୧୨ ଶିଳ୍ପର ସହାୟତା

କରୋନା ମୁକାବିଲା ପାଇଁ ୧୨ ଶିଳ୍ପର ସହାୟତା

ଭୁବନେଶ୍ୱର : ରାଜ୍ୟରେ କରୋନା ମୁକାବିଲା ତଥା ଚିକିତ୍ସାର ସହାୟତା ପାଇଁ ଚଳିତ ଆର୍ଥିକବର୍ଷରେ ଶିଳ୍ପ ସଂସ୍ଥାମାନେ ୧୬୮ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି । ଏହିସବୁ ଅର୍ଥ ଶିଳ୍ପାନୁଷ୍ଠାନଗୁଡିକର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) ପାଣ୍ଠିରୁ ପ୍ରଦାନ କରାଯାଇଛି ।

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ କରୋନା ମୁକାବିଲାରେ ଖର୍ଚ୍ଚ ହୋଇଥିବା ଏହି ଅର୍ଥ ମଧ୍ୟରୁ ସର୍ବାଧିକ ୧୪୬ କୋଟି ୪୫ ଲକ୍ଷ ୧୭ ହଜାର ଟଙ୍କା ମହାନଦୀ କୋଲ୍ଡଫିଲ୍ଡ ଦେଇଥିବା ବେଳେ ବେଦାନ୍ତ ୧୦ କୋଟି ୬୭ଲକ୍ଷ ୬୦ ହଜାର ଟଙ୍କା, ଟାଟାଷ୍ଟିଲ ୭ କୋଟି ୭୩ ଲକ୍ଷ ୬୪ ହଜାର, ରାଉରକେଲା ଷ୍ଟିଲପ୍ଲାଣ୍ଟ ୧କୋଟି ୪୫ଲକ୍ଷ ୯୭ ହଜାର, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୩୦ଲକ୍ଷ ୫୨ ହଜାର, ଡାଲମିଆ ସିମେଣ୍ଟ ୨୭ଲକ୍ଷ, ଗ୍ଲୋବାଲ କୋଲ୍‍ ଆଣ୍ଡ ମାଇନିଂ ପ୍ରାଇଭେଟ ଲିମିଟେଡ ୨୨ଲକ୍ଷ ୧୮ ହଜାର, ଜିଏମଆର କମଳାଙ୍ଗା ଏନର୍ଜି ୧୯ଲକ୍ଷ ୭୩ ହଜାର, ୟୁନାଇଟେଡ ସ୍ପିରିଟ୍‍ସ ୧୯ଲକ୍ଷ, ଏସସିସି ସିମେଣ୍ଟ ୧୬ଲକ୍ଷ ୩ ହଜାର, ଟାଟା ସ୍ପଞ୍ଜ ଆଇରନ ୬ଲକ୍ଷ ୧୪ ହଜାର, ବି.ଏ. ପ୍ୟାକେଜିଂ ଇଣ୍ଡିଆ ୫ଲକ୍ଷ ୩ ହଜାର, ହାଲ୍‍ ୩ଲକ୍ଷ ୮୮ ହଜାର ଓ ଏସଏଲ ମାଇନିଂ ୩୪ ହଜାର ଟଙ୍କା ପ୍ରଦାନ କରିଛନ୍ତି । (ତଥ୍ୟ)