Home Covid କରୋନା ନେଲା ଆଉ ୧୮ମୁଣ୍ଡ

କରୋନା ନେଲା ଆଉ ୧୮ମୁଣ୍ଡ

ଭୁବନେଶ୍ୱର : ରାଜ୍ୟରେ କରୋନା ଆଉ ୧୮ ମୁଣ୍ଡ ନେଇଛି । ଗତ ଚବିଶ ଘଣ୍ଟା ମଧ୍ୟରେ ୧୮ଜଣଙ୍କ ମୃତ୍ୟୁ ସହିତ ମୋଟ୍‍ ମୃତ୍ୟୁ ସଂଖ୍ୟା ୮୬୧୨ରେ ପହଞ୍ଚିଛି ।

ମୃତ୍ୟୁବରଣ କରିଥିବା ୧୮ଜଣଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୪ଜଣ ଥିବାବେଳେ ଗଞ୍ଜା ଓ ଯାଜପୁରରୁ ୩ଜଣ କରି ରହିଛନ୍ତି । ଜଗତ୍‍ସିଂହପୁରରୁ ୨ଜଣ ମୃତ୍ୟୁବରଣ କରିଥିବାବେଳେ ଢେଙ୍କାନାଳ, କେନ୍ଦୁଝର, ନୟାଗଡ, ପୁରୀ, ଭଦ୍ରକ ଓ କଟକରୁ ଜଣେ କରି କରୋନାରେ ପ୍ରାଣ ହରାଇଛନ୍ତି ।

ଖୋରଧା ଜିଲ୍ଲାରେ ୪ନୂଆ ମୃତକଙ୍କ ସହିତ କରୋନା ମୃତ୍ୟୁସଂଖ୍ୟା ୧୬୪୦ ହୋଇଥିବାବଳେ କଟକରେ ୮୭୨, ଗଞ୍ଜାମରେ ୪୯୪, ଯାଜପୁରରେ ୧୮୧ ହୋଇଛି ।

ଗୋଟିଏ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧା ଜିଲ୍ଲାରେ ସର୍ବାଧିକ ୬୪୬ ଜଣ ଥିବାବେଳେ କଟକରୁ ୨୯୩, ସୁନ୍ଦରଗଡରୁ ୨୩୭, ମୟୁରଭଞ୍ଜରୁ ୧୪୫, ବାଲେଶ୍ୱରରେ ୧୪୧, ନୂଆପଡାରୁ ୧୨୯, ନୟାଗଡରେ ୧୨୦, ସମ୍ବଲପୁରରୁ ୧୧୫ ଜଣ ରହିଛନ୍ତି ।

ରାଜ୍ୟ ଅନ୍ୟ ଜିଲ୍ଲା ଗୁଡିକରେ କରୋନା ସଂକ୍ରମଣ ଦୁଇ ଅଙ୍କରେ ସୀମିତ ଥିବାବେଳେ ସବୁଠାରୁ କମ୍‍ା ମାତ୍ର ୨୧ଜଣ କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ସୋନପୁରରେ ଏହି ସଂଖ୍ୟା ୩୫ଥିବାବେଳେ ଗଞ୍ଜାମରେ ୪୪ ରହିଛି ।

ନୂଆ ସଂକ୍ରମିତଙ୍କୁ ମିଶାରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମଣ ୧୨,୪୯,୨୪୦ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୧୧,୯୩,୩୬୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫୦ହଜାର ତଳକୁ ହ୍ରାସ ପାଇ ୪୭,୨୧୦ରେ ପହଞ୍ଚିଛି ।

ତେବେ ଏବେ ରାଜ୍ୟର ତିନି ଜିଲ୍ଲା ରେଡ୍‍ ଜୋନରେ ରହିଛନ୍ତି । ଏହି ଜିଲ୍ଲାଗୁଡିକ ହେଲା ଖୋରଧା, କଟକ ଓ ସୁନ୍ଦରଗଡ । ଆଜି ସୁଦ୍ଧା ଖୋରଧା ଜିଲ୍ଲାରେ ୧୪,୩୭୨ ସକ୍ରିୟ କରୋନା ରୋଗୀ ଥିବାବେଳେ ସୁନ୍ଦରଗଡରେ ୩୩୮୦ ଓ କଟକରେ ୩୧୨୬ ରହିଛନ୍ତି ।