Home General କରୋନା ଅନାଥଙ୍କୁ ମାସକୁ ୫୦୦

କରୋନା ଅନାଥଙ୍କୁ ମାସକୁ ୫୦୦

ଭୁବନେଶ୍ୱର : କରୋନାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ସୁରକ୍ଷାପାଇଁ ସେମାନଙ୍କୁ ମଧୁବାବୁ ପେନ୍‍ସନ ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କୁ ଏହି ଯୋଜନାରେ ମାସିକ ୫୦୦ ଟଙ୍କା କରି ଯୋଗାଇ ଦିଆଯାଉଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପିତା ମାତାଙ୍କୁ ହରାଇଥିବା ୫୩ଜଣ ପିଲା ମଧୁବାବୁ ଯୋଜନାରେ ସାମିଲ ହୋଇଛନ୍ତି । ଏମାନେ ମାସକୁ ୫୦୦ ଟଙ୍କା ହାରରେ ପେନ୍‍ସନ ପାଉଛନ୍ତି ।

ଏହି ୫୩ଜଣ ପିଲାଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ ଥିବାବେଳେ ଭଦ୍ରକ ଓ କଳାହାଣ୍ଡି ଜିଲ୍ଲାରୁ ୫ଜଣ କରି, ବରଗଡ, ଝାରସୁଗୁଡା, ଅନୁଗୁଳ ଓ ଦେବଗଡ ଜିଲ୍ଲାରୁ ୪ଜଣ କରି, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ୩ଜଣ କରି, ବାଲେଶ୍ୱର, କଟକ, ଯାଜପୁର, ରାୟଗଡା ଓ ସୋନପୁର ଜିଲ୍ଲାରୁ ୨ଜଣ କରି ଏବଂ ବଲାଙ୍ଗିର, ବୌଦ, ନୟାଗଡ, ନୂଆପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ କରି ପିଲା ଅଛନ୍ତି । ତେବେ ସୁନ୍ଦରଗଡ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଖୋରଧା, କେନ୍ଦୁଝର, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମ, ଗଜପତି, ଢେଙ୍କାନାଳ ଜିଲ୍ଲାରୁ ଜଣେ ହେଲେ ଶିଶୁ ଏହି ତାଲିକାରେ ନାହାନ୍ତି । (ତଥ୍ୟ)