Home General କରୋନାରେ ଆଖି ବୁଜିଲେ ସଂଗ୍ରାମ

କରୋନାରେ ଆଖି ବୁଜିଲେ ସଂଗ୍ରାମ

ଭୁବନେଶ୍ୱର : ଓଡିଶା କଂଗ୍ରେସର ଟାଣୁଆ ଯୁବନେତା ତଥା ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା କରୋନାରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ବର୍ଷ ବୟସ ହୋଇଥିଲା ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କ ବଡପୁଅ ସଂଗ୍ରାମ କରୋନା ଆକ୍ରାନ୍ତ ହେବାପରେ ପ୍ରଥମେ ଭୁବନେଶ୍ୱରରେ ତାଙ୍କର ଚିକିତ୍ସା କରାଯାଇଥିଲା । ତେବେ ଅଧିକ ଚିକିତ୍ସାଲାଗି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାୟ ଅଢେଇମାସ ଧରି ସେ ଚିକିତ୍ସିତ ହେଉଥିଲେ ।

ଫୁସ୍‍ଫୁସ୍‍ ସଂକ୍ରମଣ ପାଇଁ ସଂଗ୍ରାମ ଇକ୍‍ମୋ ଚିକିତ୍ସାରେ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ଜଣାଯାଇଛି । ଆଜି ତାଙ୍କର ମରଶରୀର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ କଂଗ୍ରେସର ଜଣେ ଉଦୀୟମାନ ଯୁବନେତା ଭାବେ ସଂଗ୍ରାମ ସବୁ ମହଲରେ ଗ୍ରହଣୀୟ ହୋଇପାରିଥିଲେ । ପ୍ରଦେଶ ଯୁବକ କଂଗ୍ରେସ ସଭାପତି ସହିତ ୨୦୧୪ ମସିହାରେ ସେ ଲୋକସଭା ନିର୍ବାଚନ ଲଢିଥିଲେ । ରାଜ୍ୟ କଂଗ୍ରେସର ଏହି ବରିଷ୍ଠି ଯୁବନେତାଙ୍କ ବିୟୋଗରେ ଦଳୀୟ ମହଲରେ ଶୋକର ଛାୟା ଖେଳି ଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here