Home News in Odia କମଲ କାନ୍ତଙ୍କୁ ଅର୍ଥରାଶି ସହିତ ସମ୍ବର୍ଦ୍ଧନା

କମଲ କାନ୍ତଙ୍କୁ ଅର୍ଥରାଶି ସହିତ ସମ୍ବର୍ଦ୍ଧନା

ଭୁବନେଶ୍‌ର : ପାରା-ଆଥଲେଟ୍‌ କମଲ କାନ୍ତ ନାୟକଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ଏକ ଲକ୍ଷ ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା ଆଜି କଳିଙ୍ଗ ହକି ଷ୍ଟାଡିୟମ୍‌ ପରିସରରେ କମଲ କାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ନିଜର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ବଳରେ କମଲ କାନ୍ତ ସମଗ୍ର ବିଶ୍ୱରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା ସହ ସବୁ କ୍ରୀଡ଼ାବିତ୍‌ ଏବଂ ଯୁବପିଢ଼ିଙ୍କ ଲାଗି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ଏଥି ସହିତ କମଲ କାନ୍ତଙ୍କୁ ପାରାଲମ୍ପିକ୍ସରେ ଅଂଶଗ୍ରହଣ ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ନିମନ୍ତେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରଚେଷ୍ଟା କରାଯିବ ବୋଲି ସଚିବ
କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ୨୮ ବର୍ଷର କମଲ କାନ୍ତ ନାୟକ ହ୍ୱିଲ୍‌ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୩ କିଲୋମିଟର ଯାତ୍ରା କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଆଜିର ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର ନାୟକ, ବେଟରଲାଇଫ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here