Home General କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ

କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ

ଭୁବନେଶ୍ୱର : କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ । ଏହା ସମାଜକୁ ନିଆରା, ବୌଦ୍ଧିକ ଦିଗଦର୍ଶନ ଦେବାରେ କାହିଁ କେଉଁ କାଳରୁ ଆପଣାର ସାମର୍ଥ୍ୟ ଦେଖାଇ ଆସିଛି । କବିତା ହେଉଛି ଜନଜୀବନର ପଥ ପ୍ରଦର୍ଶକ । କବି ହିଁ ବଦଳେଇ ପାରିବ ଚଳନ୍ତି ପୃଥିବୀର ବିକାର ଓ ବିକୃତିକୁ ।

ପରିବର୍ତ୍ତନ କରିପାରିବ କଳୁଷ କବଳିତ ମଣିଷର ହୃଦୟ, ମୂଲ୍ୟବୋଧ ଅବକ୍ଷୟର ଅବରୋଧକୁ । ମୁମ୍ବାଇରେ ଆଭସୀ ବ୍ୟବସ୍ଥାରେ ସାମ୍ବାଦିକ ତଥା କବି ରବ୍ରିିୟ ଦାଶଙ୍କ ନୂତନ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚନ କରି ଏହା କହିଛନ୍ତି ଭାରତୀୟ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ପଦ୍ମଶ୍ରୀ ଡକ୍ଟର ସାଧୁ ମେହେର ।

ସେ କହିଛନ୍ତି, ସାମାଜିକ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଛି । ପ୍ରକୃତ ମଣିଷର ଅନ୍ତଃକରଣକୁ ସଜାଡ଼ିବାକୁ ହେଲେ ବୋଧଗମ୍ୟ ଓ ପ୍ରଭାବଶାଳୀ କବିତାର ଆବଶ୍ୟକ ପଡୁଛି । କବି ରବିିପ୍ରିୟ ଦାଶଙ୍କ କବିତା ଭିତରେ ସ୍ୱପ୍ନ, ପ୍ରେମ, ମନନଶୀଳତା ଓ ଦର୍ଶନର ତତ୍ତ୍ୱବୋଧ ରିଚିପୂର୍ଣ୍ଣ । ଏହାର ମୂଲ୍ୟବୋଧ ପ୍ରତ୍ୟେକ ଜନଜୀବନକୁ ନିଶ୍ଚୟ ପ୍ରଭାବିତ କରିବ । ଡକ୍ଟର ମେହେର କହିଛନ୍ତି, ରବିପ୍ରିୟଙ୍କୁ ଜଣେ ସୁଦକ୍ଷ ସାମ୍ବାଦିକ ଭାବେ ଦୀର୍ଘବର୍ଷ ଧରି ମୁଁ ଜାଣିଛି ।

ତାଙ୍କର କେତେକ ସୁଶୋଭିତ କବିତା ବହି ଢ଼ି ମୁଁ ଆନନ୍ଦିତ । ‘ଅନିର୍ବାଚିତ ସ୍ୱପ୍ନ’ ଭିନ୍ନ ଢ଼ଙ୍ଗର ଏକ ନିଆରା କବିତା ବହି । କବି ଏଥିରେ ମଣିଷର ଅସହାୟତା ଓ ଦୀର୍ଘଶ୍ୱାସ ଗୁଡ଼ିକୁ ରୂପ ଦେଇଛନ୍ତି । ୨୭ଟି କବିତାରେ ସେ ଚମତ୍କାର ଭାବେ ବାସ୍ତବତାର ବିନ୍ୟାସରେ ମଣିଷର ସମକାଳ ସମସ୍ୟାଗୁଡ଼ିକୁ ଦେଖିଛନ୍ତି । କବିତାର ଲାଳିତ୍ୟ ଓ ବୌଦ୍ଧିକତାରେ ମୁଁ ବିମୋହିତ । ଓଡ଼ିଆ ସାହିତ୍ୟକୁ ଏହି ପୁସ୍ତକର ସରଳ ଓ ଭାବୋଦ୍ଧୀପକ ଭାଷା ନିଶ୍ଚୟ ସମୃଦ୍ଧ କରିବ ବୋଲି ଡକ୍ଟର ମେହେର ଆଶା ପ୍ରକାଶ କରିଛନ୍ତି ।