Home General କଣ୍ଠଶିଳ୍ପୀ ଆକାଂକ୍ଷା ସାହୁଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ

କଣ୍ଠଶିଳ୍ପୀ ଆକାଂକ୍ଷା ସାହୁଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ

ଭୁବନେଶ୍ୱର : ଡିଜିଟାଲ ମଞ୍ଚ ରେ ଆଜିଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା । ଆଜିର ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ଓଡିଶା ର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ । ଶିଶୁ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାଙ୍କର ୧୯ ତମ ଶ୍ରାଦ୍ଧ ବାର୍ଷିକୀ ରେ ।

କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଏହି କାର୍ଯ୍ଯକ୍ରମର ଆୟୋଜନ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର ରେ ହୋଇଥିଲା ଓ ଫେସବୁକ ର ପିକକ୍‍ ପେଜ୍‍ ଓ ୟୁଟ୍ୟୁବ ଚାନେଲ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯାଇଥିଲା ।       

ଆଜି ସାଂଧ୍ୟ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀମନ୍ମଥ ମିଶ୍ର, ବନ୍ଦିତା ଦାସ  ଆଦି ଯୋଗଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିକକ୍‍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖି ଶ୍ରଦ୍ଧାଞଳୀ ଜଣାଇଥିଲେ । ପିକକ୍ ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା  କରିଥିଲେ ।  

ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ପିଲାଙ୍କ ଅକ୍ଷୟ ସମ୍ମାନ ର ଘୋଷଣା କରିଥିଲେ । ଏହି ସମ୍ମାନ କୁ ପିପୁଲ୍‍ସ୍‍ କଲଚରାଲ୍‍ ସେଣ୍ଟର (ପିକକ୍) ସ୍ୱର୍ଗତଃ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ରେ ୨୦୦୩ ମସିହା ରୁ ୧୮ ବର୍ଷ ରୁ କମ ବୟସର ଜଣେ କଣ୍ଠଶିଳ୍ପୀ ଙ୍କୁ ପ୍ରଦାନ କରି ଆସୁଅଛି ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଥିଲେ ।    କଣ୍ଠଶିଳ୍ପୀ ଆକାଂକ୍ଷା ସାହୁ ଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୧” ରେ ସମ୍ମାନିତ କରଯାଇଥିଲା ।

ପିଲାମାନେ ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକ “ମାୟାବିନି ବନ”, “ଯୋଛନା..“, “ଦନେଇ ଦାସ”, “ଶିକାରି ଶିକାରି”, “ପୁଣ୍ଯର ନଦିତୀରେ”,  “ଚନ୍ଦ୍ରମାଳୀ ହସେ”, “ଲାଲ ଟୁକ ଟୁକ୍”, “ଫୁର କିନା ଉଡି ଗଲା ବଣି”, “ ଏ ଫଗୁଣ ତୁମେ” ଇତ୍ୟାଦି ଗାଇଥିଲେ। କଣ୍ଠଶିଳ୍ପୀ ମାନେ ଥିଲେ ସ୍ମରଣିକା ନାୟକ, ଆକାଂକ୍ଷା ସାହୁ, ଅଭିଜିତ୍‍ ପାଢୀ, ଦର୍ଶନ କର, ରୁଦ୍ର ମାଧବ ମଣ୍ଡଳ, ତନୁଶ୍ରୀ ଜେନା, ଆହାନା ସ୍ୱାଇଁ, ଦୀଶ୍ନା ଦିବ୍ଯଦର୍ଶି ସାହୁ ଓ ସ୍ନେହାସିସ ଦାସ ।  ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ ପାଣି, ଏମ ସୀମାଦ୍ରି,  ଏବଂ ଦିପୁ।

ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ ୟୁନିକ୍‍, ଭୁବନେଶ୍ଵର ର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି,  କର୍ତ୍ତିକ ଚନ୍ଦ୍ର ଦାସ, ଅଲ୍ପନା ଦାସ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।