Home Infrastructure କଟକ ରେଳ ଷ୍ଟେସନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ

କଟକ ରେଳ ଷ୍ଟେସନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ

କଟକ  : ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଏବଂ ପରୀକ୍ଷେତ୍ରର ବିକାଶ ପାଇଁ ଶିଳାନ୍ୟାଶ କରିଛନ୍ତି ।

କଟକ ଷ୍ଟେସନ ଦ୍ଵିତୀୟ ପ୍ରବେଶ ଓ ପରୀକ୍ଷେତ୍ରର ବିକାଶ କାର୍ଯ୍ୟ ମଧ୍ୟରେ ଦୁଇ/ ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ଥିବାବେଳେ ଚୌଡା ଆପ୍ରୋଚ୍ ରୋଡ୍ ଅନ୍ତର୍ଭୁକ୍ତ |

କଟକ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବାବେଳେ ମାନ୍ୟବର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ  ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କଟକ ରେଳ ଷ୍ଟେସନ ଉନ୍ନତି ପାଇଁ ବକ୍ତବ୍ଯରେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
 
ଉପସ୍ଥିତ କଟକର ଜନସାଧାରଣଙ୍କୁ  ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଲେ  ରେଳ ମନ୍ତ୍ରଣାଳୟ କଟକ ଷ୍ଟେସନର ବିକାଶ ପାଇଁ ପ୍ରତିବଦ୍ଧ | ଏହାର ଉନ୍ନତିକରଣ ପାଇଁ ପାଣ୍ଠି ପ୍ରତିବନ୍ଧକ ହେବ ନାହିଁ | ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଶିଳାନ୍ୟାଶ ପରେ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନରେ ପ୍ରଦାନ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ତଥା ସୁବିଧା ବିଷୟରେ ପଚାରି ବୁଝିଥିଲେ |
 
ପୂର୍ବ ତଟ ଏବଂ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଶ୍ରୀମତୀ ଅର୍ଚ୍ଚନା ଯୋଶୀ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ପୂର୍ବ ତଟ ରେଳପଥ ପ୍ରଦର୍ଶନ କରିଥିବା ସଫଳତା ଉପରେ ଆଲୋକପାତ କରିଥିଲେ | ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here