Home News in Odia କଂଗ୍ରେସ ର ଅଭିନବ ପ୍ରତିବାଦ

କଂଗ୍ରେସ ର ଅଭିନବ ପ୍ରତିବାଦ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ ଆଜି କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଙ୍କ ନେତୃତ୍ୱ ରେ କଟକ ଜ଼ିଲ୍ଲା ର  କିଛି ଚାଷୀ ଏବଂ ଅନ୍ୟାନ୍ୟ ବର୍ଗ ର ଲୋକ ପ୍ରାଚୀ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତ ର କେନାଲ ବନ୍ଧ ରାସ୍ତା ଓ କେନାଲ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚରାଉଚରା କରିଥିଲେ |

ଏହି ରାସ୍ତା କାମ ପାଇଁ ଉକ୍ତ ଅଧିକାରୀ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା | ରାସ୍ତା କାମପାଇଁ ଯେତେ ଅନୁରୋଧ କଲେବି ସମ୍ପୃକ୍ତ ଅଧିକାରୀ ଶୁଣିଲେ ନାହିଁ। ବିନା ଲାଞ୍ଚ ରେ କାମ ହୋଇପାରିବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଅଧିବାସୀ ହତାଶ ହୋଇପଡ଼ିଥିଲେ | ସେମାନେ ଏ ସଂକ୍ରାନ୍ତ ରେ କଟକ ଜ଼ିଲ୍ଲା କଂଗ୍ରେସ  ସଭାପତି ଶ୍ରୀ ମାନସ ଚୌଧୁରୀ ଙ୍କୁ ଅବଗତ କରାଇଲେ |

ଆଜି ଶ୍ରୀ ଚୌଧୁରୀ ଏବଂ ଖଣ୍ଡେଇତା ପଂଚାୟତ ର ସ୍ଥାନୀୟ ବାସିନ୍ଦା ପ୍ରାଚୀ ଡିଭିଜନ ଯାଇ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ କିଛି ପରିବାପତ୍ର ପ୍ୟାଣ୍ଟ ସାର୍ଟ ଦେଇ ଏହି ରାସ୍ତା କରିଦେବାକୁ ଅନୁରୋଧ କରିଥିଲେ | ଯେହେତୁ ସେମାନେ ଚାଷୀ ଓ ଗରିବ ଶ୍ରେଣୀ ର ଲୋକ ସେଥିପାଇଁ ସେମାନେ ଟଙ୍କା ଲାଞ୍ଚ ଦେବାପାଇଁ ଅକ୍ଷମ ବୋଲି କହିଥିଲେ | ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ନିଜର ଭୁଲ ସ୍ୱୀକାର କରି ଏକ ସପ୍ତାହ ମଧ୍ୟରେ ରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଲେ |

 ଏଠାରେ  ଉଲ୍ଲେଖଯୋଗ୍ୟ ଯେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ ନିଆରା ଢଙ୍ଗ ରେ ସବୁବେଳେ ଜନସାଧାରଣ ଙ୍କ ସମସ୍ୟା କୁ ନେଇ ପ୍ରତିବାଦ କରିଥାନ୍ତି | ଆଜି ମଧ୍ୟ  ସେଠାରେ ଅନେକ ଯୁବ ଚାଷୀ ମୁହଁରେ ମାନସ ଚୌଧୁରୀ ଙ୍କ ମୁଖା ପିନ୍ଧି ଏବଂ ହାତରେ “ମୁଁ ମାନସ ଚୌଧୁରୀ ” ଶୀର୍ଷକ ପ୍ଲାକାର୍ଡ ଧରି ଅଧିକାରୀ ଙ୍କ ନିକଟରେ ବିକ୍ଷୋଭ କରିଥିଲେl କlରଣ ସମ୍ପୃକ୍ତ ରାସ୍ତାକାମ ପାଇଁ ଅନୁରୋଧ କରିଥିବl ଚାଷୀମାନେ ଯେତେବେଳେ ତାଙ୍କର ଦାବି କୁ ମାନସ ଚୌଧୁରୀ ଙ୍କର ସମର୍ଥନ ଅଛି ବୋଲି କହିଥିଲେ, ସେତେବେଳେ ଅଫିସର ଜଣକ  ଉକ୍ତ ଚାଷୀଙ୍କୁ ଅପମାନ ଦେବାସହ କହିଥିଲେ ଯେ “ସେ କିଏ ମୁଁ ଜାଣିନି ‘”l

ଅନ୍ୟ ଏକ ଘଟଣା ରେ ଜଣେ ବିରୋଧୀ ଦଳର କର୍ପୋରେଟର କଟକ ମେୟର ଶ୍ରୀ ସୁବାଷ ସିଂ ଙ୍କ ନିକଟରେ ନିଜ ୱାର୍ଡ ର ଉର୍ନ୍ନତି ମୂଳକ କାଯ୍ୟର ଦାଵୀ କରିଥିଲେ ଏବଂ ଶ୍ରୀ ସିଂ ଏହାର ଉତ୍ତର ରେ କହିଥିଲେ ଯେ ତାଙ୍କ ସରକାରୀ ଅଫିସ ର ବାଥରୁମ କବାଟ ଲଗାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ | ଏହି ପ୍ରସଙ୍ଗ ରେ ଶ୍ରୀ ଚୌଧୁରୀ ଏକ କବାଟ ଏବଂ ଫିଟିଙ୍ଗ ବାବଦକୁ ୫୦୦ ଟଙ୍କା କଟକ ମୁନସିପାଲ କର୍ପୋରେସନ ରେ ପହଞ୍ଚି କମିଶନର ଙ୍କୁ ଦେବା ଘଟଣା ଚର୍ଚ୍ଚା ର ବିଷୟ ହୋଇଥିଲା |

 ସେହିପରି ଶ୍ରୀ ଚୌଧୁରୀ ମଧ୍ୟ ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ଥିବାବେଳେ ଇସ୍କନ ମନ୍ଦିର ପାଖ ରାଜପଥ ରେ ବନ୍ୟା ପରିସ୍ଥିତି ସୃଷ୍ଟି ର ପ୍ରତିବାଦ ରେ ଆଠ ନମ୍ବର କଲ୍ୟାଣ ମଣ୍ଡପ ପାଖରେ ଥିବା ଜାତୀୟ ରାଜପଥ ମୁଖ୍ୟ କାର୍ଯ୍ୟାଳୟ  ଭିତରେ ପାଣି ପମ୍ପ ଲଗାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଥିଲେ | ଉଦ୍ଧେଶ୍ୟ ଥିଲା ଇସ୍କନ ମନ୍ଦିର ପାଖ ରାଜପଥ ର ବନ୍ୟା ପରିସ୍ଥିତି କୁ ଏନ. ଏଚ. ଏ. ଆଇ କତୃପକ୍ଷ ହୃଦୟଙ୍ଗମ କରନ୍ତୁ |