Home Covid ଓଡିଶାରେ ଡେଲଟା ପ୍ଲସ

ଓଡିଶାରେ ଡେଲଟା ପ୍ଲସ

ଭୁବନେଶ୍ୱର : କରେନାର ଭୂତାଣୁର ମାରାତ୍ମକ ଭାରିଆଣ୍ଟ ଡେଲଟା ପ୍ଲସ ଓଡିଶାରେ ପ୍ରବେଶ କରିଛି । ସମଗ୍ର ଦେଶରେ ୪୮ଜଣ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଓଡିଶାରୁ ଜଣେ ରହିଥିବା କେନ୍ଦ୍ର ସରକାର ସୂଚନା ଦେଇଥିବାବେଳେ ଏହି ରୋଗୀ ଜଣଙ୍କ ଦେବଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡିଛି ।

ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୨୦ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୪, ପଞ୍ଜାମ, ଗୁଜୁରାଟରୁ ୨ଜଣ କରି ଏବଂ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଜାମ୍ମୁ ଓ କର୍ଣ୍ଣାଟକରୁ ଜଣେ କରି ଚିହ୍ନଟ ହୋଇଛନ୍ତି ।

ବିଶେଷଜ୍ଞମାନଙ୍କ ମାନଙ୍କ ମତରେ ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ ଅଧିକ ମାରାତ୍ମକ । ଏପରିକି ଡେଲଟା ପ୍ଲସ ଭୂତାଣୁ ଆକ୍ରାନ୍ତରେ କୋଭିଡ ରୋଗୀଙ୍କ ନିକଟରେ ଦେଇ ବିନା ମାସ୍କରେ ଗଲେ ଲୋକେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହାଛଡା ଡେଲଟା ପ୍ଲସ ଡେଲଟା ଭାରିଆଣ୍ଟ ତୁଳନାରେ ଅଧିକ ବେଗରେ ଫୁସ୍‍ଫୁସ୍‍କୁ ସଂକ୍ରମିତ କରୁଥିବା ନେଇ ମଧ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ।

ତେବେ ଆଶ୍ୱାସାର ବିଷୟ ହେଉଛି ଯେ ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇଛନ୍ତି ସେମାନଙ୍କର ଡେଲଟା ପ୍ଲସ ବିଶେଷ କ୍ଷତି କରିପାରିବ ନାହିଁ ବୋଲି ବେଜ୍ଞାନିକମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here