Home Administration ଓଡିଶାକୁ ଆର୍ନ୍ତଜାତିକ ପୁରସ୍କାର

ଓଡିଶାକୁ ଆର୍ନ୍ତଜାତିକ ପୁରସ୍କାର

ଭୁବନେଶ୍ୱର : ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ଲାଗି ଆର୍ନ୍ତଜାତୀୟ ପୁରସ୍କାର ପାଇବାକୁ ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶା ଆର୍ନ୍ତଜାତିକ ତାଲିକାର ପ୍ରଥମ ୧୫ଟି ସ୍ଥାନରେ ଥିବାବେଳେ ପରବର୍ତ୍ତୀ ୩୦ଟି ତାଲିକାରେ ମଧ୍ୟ ନାମ ଦରଜ କରିଛି ।

ତାଲିକାରେ ଥିବା ସମସ୍ତ ୧୫ଟି ରାଜ୍ୟ ମେଡାଲ ପାଇବାକୁ ଥିବାବେଳେ ଅନ୍ୟ ୩୦ଟିକୁ ସାର୍ଟିଫିକେଟ ପ୍ରଦାନ କରାଯିବ ।ସହରାଞ୍ଚଳରେ ଓଡିଶା ସରକାର ଗ୍ରହଣ କରିଥିବା ଦୁଇଟି ପଦକ୍ଷେପ ରାଜ୍ୟକୁ ଏହି ଆର୍ନ୍ତଜାତିକୁ ପୁରସ୍କାର ଆଣିଦେଇଛି । ସହରାଞ୍ଚଳ ମଜୁରୀ ଭିତ୍ତିକ ନିଯୁକ୍ତି ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ରାଜ୍ୟର ୧୧୪ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେଉଥିବାବେଳେ ବ୍ରହ୍ମପୁର ମହାନଗର ନିଗମରେ ମଳ ପରିଚାଳନା (ଏଫ୍‍ଏସ୍‍ଏସ୍‍ଏମ୍‍) ପାଇଁ ସମ୍ମାନଜନକ ୨୦୨୦ ଗ୍ୱାଙ୍ଗଝାଓ ଆର୍ନ୍ତଜାତିକ ପୁରସ୍କାର ପାଇବାକୁ ଯାଉଛି ।

ଏହାବାଦ୍‍ ଓଡିଶା ସରକାରଙ୍କ ଅନ୍ୟତମ ପଦକ୍ଷେପ ହେଉଛନ୍ତି ଜନସାଧାରଣଙ୍କ ପାଇଁ ସହରାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ । ଏହି କ୍ରମରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ‘ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ମିଶନ’ ‘ଡିଜରଭିଂ ଇଣ୍ଟରଭେନସନ’ ବର୍ଗରେ ସର୍ବୋଚ୍ଚ ୩୦ଟି ତାଲିକାରେ ସ୍ଥାନ ପାଇଛି । ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପୁରସ୍କାର ପାଇଁ ବିଭାଗର ଅଧିକାରୀମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସହରାଞ୍ଚଳ ମଜୁରୀ ଭିତ୍ତିକ ନିଯୁକ୍ତି ପାଇଁ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ସମ୍ବେଦନଶୀଳତା ହ୍ରାସ ପାଇବା ସହିତ ସେମାନଙ୍କର ସ୍ଥିତି ସୁଦୃଢ ହୋଇଛି । ବ୍ରହ୍ମପୁରରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଦ୍ୱାରା ପରିବେଶ ସଂରକ୍ଷଣ ଏବଂ ମହିଳା ସଶକ୍ତିକରଣ ସହିତ ସହରରେ ସଠିକ ମଳପରିଚାଳନା ହୋଇପାରିଛି ।

୨୦୨୦ ଗ୍ୱାଙ୍ଗଝାଓ ପୁରସ୍କାର ପାଇଁ ସାମାଜିକ, ଆର୍ଥିକ ଏବଂ ଦୀର୍ଘସ୍ଥାୟୀ ପରିବେଶ ଉପରେ ବିଶ୍ୱର ୬୦ ଦେଶରୁ ୧୭୫ଟି ସହରରୁ ୨୭୩ଟି ପଦକ୍ଷେପ ଦାଖଲ କରିଥିଲେ । ଏହି ପୁରସ୍କାର ଗ୍ୱାଙ୍ଗଝାଓ ସହର ଏବଂ ବିଭିନ୍ନ ସ୍ଥାନୀୟ ଆଞ୍ଚଳିକ ଏବଂ ମେଟ୍ରୋପଲିଟାନ ସହର ନେଟୱାର୍କକୁ ନେଇ ମିଳିତ ଭାବେ ପ୍ରଦାନ କରାଯାଉଛି । ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ଥିବା ଆଇଏଲ୍‍ଇଆଇ ଏବଂ ସି୪୦ । ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯିଏ କି ଦୁଇଟି ବର୍ଗରେ ତାଲିକାଭୁକ୍ତ ହୋଇପାରିଛି ।

ତାଲିକାଭୁକ୍ତ ହୋଇଥିବା ବିଶ୍ୱର ଅନ୍ୟ ୧୫ଟି ସହର ହେଉଛି ଅଷ୍ଟ୍ରେଲିଆର ଉନ୍‍ଲେ, ଅଷ୍ଟ୍ରିଆର ୱାଏନ, ବ୍ରାଜିଲର ସା ଜୋସ୍‍ ଡୋସ ପିନ୍‍ହାଇସ୍‍, ଦକ୍ଷିଣ ଆଫ୍ରିକାର ୱେଷ୍ଟର୍ଣ୍ଣ କେପ୍‍, ଲେବାନନର ୟୁନିଅନ ଅଫ୍‍ ମ୍ୟୁନିସିପାଲିଟି ଓ ଆମେରିକାର ଲସଆଞ୍ଜେଲସ୍‍ ଆଦି ରହିଛି ।