Home General ଆମ ବିଶ୍ୱାସ ସଂସ୍ଥା ଦାନକଲା ୫୦ଲକ୍ଷ

ଆମ ବିଶ୍ୱାସ ସଂସ୍ଥା ଦାନକଲା ୫୦ଲକ୍ଷ

ଭୁବନେଶ୍ୱର : ଓଡ଼ିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ  ଦ୍ୱାରା ଆମେରିକାରେ  ସ୍ଥାପିତ  ଆମ ବିଶ୍ୱାସ (ଆୱାର ବିଶ୍ୱାସ) ସଂସ୍ଥା ରାଜ୍ୟର କୋଭିଡ୍ ପରିଚାଳନାରେ  ନିଜର ସହଯୋଗ  ସ୍ୱରୂପ ୬୮,୫୦୦ ଡ଼ଲାର ଅନ୍ ଲାଇନ୍ ଟ୍ରାନ୍‌ସ୍‌ଫର୍  ମାଧ୍ୟମରେ ଦାନ କରିଛନ୍ତି ବୋଲି  ଗୃହ ଓ ସାଧାରଣ ପ୍ରଶାସନ  ଏବଂ  ସାଧାରଣ ଅଭିଯୋଗ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସଂଜୀବ ଚୋପ୍ରା ଜଣାଇଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା  ହେବ ।

ଏହି ଦାନ ପଠାଇ ଶ୍ରୀମତୀ  ମହାନ୍ତି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ  ନେତୃତ୍ୱରେ  ଓଡ଼ିଶାରେ କୋଭିଡ୍ ପରିଚାଳନା ଅନେକ ଉତ୍ତମ  ଉଦାହରଣ ସୃଷ୍ଟି କରିଛି । ସମୟୋଚିତ ପଦକ୍ଷେପ ଯୋଗୁ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ପଶ୍ଚିମ ଡଡ଼ିଶା ଓ ବରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର  ହସ୍‌ପିଟାଲ୍ ପ୍ରତିଷ୍ଠା କରାଯାଇଛି ।  ଆଗାମୀ ଦିନରେ  ଓଡ଼ିଶା  କୋଭିଡ୍ ସଂଗ୍ରାମରେ  ନିଶ୍ଚୟ ବିଜୟୀ ହେବ ।

ସୂଚନାଯୋଗ୍ୟ, ଆଓ୍ୱାର୍ ବିଶ୍ୱାସ ସଂସ୍ଥା ଶ୍ରୀମତୀ  ମହାନ୍ତିଙ୍କ ଦ୍ୱାରା ସ୍ଥାପିତ  ଏବଂ  ପରିଚାଳିତ  । ଏହି ସଂସ୍ଥା  ୨୦୦୮ ମସିହାରୁ  ଓଡ଼ିଶାର  ବିଭିନ୍ନ ଅଂଚଳରେ  ମହିଳା ବିକାଶ  ଓ ସଶକ୍ତିକରଣ   ନିମନ୍ତେ  କାର୍ଯ୍ୟ କରିଆସୁଛି । ଏତାଦୃଶ୍ ସହଯୋଗ ପାଇଁ  ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଚୋପ୍ରା  ଆଓ୍ୱାର ବିଶ୍ୱାସ  ସଂସ୍ଥାର ସମସ୍ତ କର୍ମକର୍ତ୍ତା  ଓ ପ୍ରତିଷ୍ଠାତାଙ୍କୁ ସାଧୁବାଦ ଜ୍ଞାପନ କରିବା ସହ  ସଂସ୍ଥାର ଭବିଷ୍ୟତ ବିକାଶ କାମନା କରିଛନ୍ତି ।