Home General ଓଏସ୍‍ଏଲ୍‍ ଦ୍ୱାରା ଭାରୀ ଉପକରଣ ରପ୍ତାନି

ଓଏସ୍‍ଏଲ୍‍ ଦ୍ୱାରା ଭାରୀ ଉପକରଣ ରପ୍ତାନି

ପାରାଦୀପ : ଏକ ଉଲ୍ଲେଖନୀୟ ସଫଳତା କ୍ରମେ ହଲ୍‍ପାକ୍‍ ଡମ୍ପର୍‍ ଏବଂ ଏସ୍କାଭେଟର୍‍ ସମେତ ବିପୁଳ ପରିମାଣର ଭାରୀ ଖଣିଜ ଉତ୍ତୋଳନ ଉପକରଣ ପାରାଦୀପ ବନ୍ଦର ଦେଇ ବିଦେଶକୁ ରପ୍ତାନୀ ହୋଇଛି ।

ଓଡ଼ିଶାର ପ୍ରମୁଖ ସାମୁଦ୍ରିକ ବନ୍ଦର ପାରାଦୀପରୁ ଏହା ପ୍ରଥମ ଥର କରାଯାଇଥିବା ବେଳେ ଏହି କାର୍ଯ୍ୟ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‍ (ଓଏସ୍‍ଏଲ୍‍) ଦ୍ୱାରା ସମ୍ପନ୍ନ ହୋଇଛି ।

ଏହି ରପ୍ତାନୀ କାର୍ଯ୍ୟ ସମ୍ଭାଳିଥିବା ଫାର୍ମ ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ହୋଇଥିବା ବେଳେ ୧୨୮ଟି ଭାରୀ ଏବଂ ଛୋଟ ଉପକରଣ ରପ୍ତାନୀ କରାଯାଇଛି । ଏଥିମଧ୍ୟରେ ରହିଛି ୩୭ଟି ହଲ୍‍ପାକ୍‍ ଡମ୍ପର୍‍ ଏବଂ ୪୫୦୦ ମେଟ୍ରିକ୍‍ ଟନ୍‍ ଓଜନର ଏସ୍କାଭେଟର୍‍ । ଏସବୁ ଇଣ୍ଡୋନେସିଆର ତାବୋନିଓ ବନ୍ଦରକୁ ପଠାଯାଇଛି ଏବଂ ସେଠାରେ ଖଣିଜ ଉତ୍ତୋଳନ କାର୍ଯ୍ୟରେ ବ୍ୟବହୃତ ହେବ ବୋଲି ଜଣାପଡ଼ିଛି ।

ଓଏସ୍‍ଏଲ୍‍ ପ୍ରଥମ ଥର ପାଇଁ ଓଡ଼ିଶାର ପାରାଦୀପ ବନ୍ଦରରୁ ଏତେ ଅଧିକ ପରିମାଣରର ସାମଗ୍ରୀ ପରିବହନ କରାଇଛି । ଟିପି ରୟ ଚୌଧୁରୀ ପ୍ରାଇଭେଟ୍‍ ଲିମିଟେଡ୍‍ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‍ (ଓଏସ୍‍ଏଲ୍‍) ଯଥାକ୍ରମେ ଷ୍ଟିଭେଡର୍ସ ଏବଂ ରପ୍ତାନୀ ସଂକ୍ରାନ୍ତ ଏଜେଣ୍ଟ ।

ବନ୍ଦର ଏବଂ ଜାହାଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରୀ ଉପକରଣଗୁଡ଼ିକୁ ସତର୍କତାର ସହ ଲୋଡ୍‍ କରାଯାଇଥାଏ । ଯେହେତୁ ନିମ୍ନ ଚାପ ଯୋଗୁଁ ଲୋଡିଂ ପ୍ରଭାବିତ ହୋଇଥାଏ, ରପ୍ତାନୀକାରୀ ଏବଂ ଜାହାଜ ଗୁଡ଼ିକ ଲୋଡ଼ିଂ ସମୟରେ ବୋ୍‍ ସତର୍କତା ଅବଲମ୍ବନ କରିଥାଆନ୍ତି । ଆଗକୁ ଏଭଳି ଅନେକ ରପ୍ତାନୀର ଯୋଜନା ରହିଥିବା ଜଣାପଡ଼ିଛି ।