Home General ଏସଏଫଡିଆର ଜ୍ଞାନକୌଶଳର ସଫଳ ପରୀକ୍ଷା

ଏସଏଫଡିଆର ଜ୍ଞାନକୌଶଳର ସଫଳ ପରୀକ୍ଷା

ଭୁବନେଶ୍ୱର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ‘ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌’ (ଏସଏଫଡିଆର) ବୁଷ୍ଟର ଜ୍ଞାନକୌଶଳର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କ୍ଷେତ୍ର (ଆଇଟିଆର)ରୁ ୮ ଏପ୍ରିଲ, ୨୦୨୨ରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। 

ଏହି ଜଟିଳ କ୍ଷେପଣାସ୍ତ୍ର ପ୍ରଣାଳୀରେ ରହିଥିବା ସବୁ ଜରୁରି ଉପକରଣର ଭରସାଯୋଗ୍ୟ ପରିଚାଳନା ଆଜିର ସଫଳ ପରୀକ୍ଷଣରେ ପ୍ରଦର୍ଶିତ ହୋଇଥିଲା ଏବଂ ମିଶନର ସବୁ ଲକ୍ଷ୍ୟ ହାସଲ କରାଯାଇଥିଲା।

ଏସଏଫଡିଆର ଆଧାରିତ ପରିଚାଳନା ଶକ୍ତି ଶବ୍ଦ ଠାରୁ ଦ୍ରୁତ ବେଗରେ ଯାଇ ଅଧିକ ଦୂରବର୍ତ୍ତୀ ସ୍ଥାନରେ ଥିବା ବିପଦକୁ ଧ୍ବଂସ କରିବା ଲାଗି ଏକ କ୍ଷେପଣାସ୍ତ୍ରକୁ ସକ୍ଷମ କରିଥାଏ।  ଆଇଟିଆର ପକ୍ଷରୁ ନିୟୋଜିତ ଟେଲିମେଟ୍ରୀ, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ପ୍ରଣାଳୀ ଭଳି ସଂଖ୍ୟାଧିକ ଦୂରମାପନ ଉପକରଣ କରଣ ଦ୍ବାରା ସଂଗୃହିତ ତଥ୍ୟ ମାଧ୍ୟମରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସଠିଥିବା ସୁନିଶ୍ଚିତ କରାଯାଇ ପାରିଥିଲା।

ହାଇଦ୍ରାବାଦ ଇମାରତସ୍ଥିତ ଗବେଷଣା କେନ୍ଦ୍ର ଏବଂ ପୁଣେସ୍ଥିତ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ ଭଳି ଡିଆରଡିଓର ଅନ୍ୟ ପରୀକ୍ଷାଗାର ସହିତ ମିଶି ହାଇଦ୍ରାବାଦସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ (ଡିଆରଡିଓ) ପରୀକ୍ଷାଗାର ପକ୍ଷରୁ ଏହି ଏସଏଫଡିଆର ଜ୍ଞାନକୌଶଳ ବିକଶିତ କରାଯାଇଛି ।

ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓକୁ ଶୁଭକାମନା ଜଣାଇଛନ୍ତି । ଦେଶରେ ଗୁରୁତ୍ବପୂର୍ଣ୍ଣ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକାଶ ଦିଗରେ ଏହା ଏକ ମହତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏହି ପ୍ରଣାଳୀର ଡିଜାଇନ, ବିକାଶ ଏବଂ ପରୀକ୍ଷଣରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏସଏଫଡିଆର ଜ୍ଞାନକୌଶଳର ବିକାଶ ଫଳରେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ଦୂରଗାମୀ କ୍ଷମତା ବୃଦ୍ଧି କରାଯାଇପାରିବ ।