Home Health ଏମ୍ସରେ ସଫଳ ବୁଢ଼ାଆଙ୍ଗୁଠି ପ୍ରତିରୋପଣ

ଏମ୍ସରେ ସଫଳ ବୁଢ଼ାଆଙ୍ଗୁଠି ପ୍ରତିରୋପଣ

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ିଯାଇ ଅଲଗା ହୋଇଯାଇଥିବା ବାମହାତ ବୁଢ଼ାଆଙ୍ଗୁଳିକୁ ସଫଳତାର ସହିତ ପୁନର୍ବାର ଯୋଡ଼ାଯାଇଛି। ବର୍ଣ୍ଣସ ଏବଂପ୍ଲାଷ୍ଟି କ୍ସର୍ଜରୀ ବିଭାଗର ଆସୋସିଏଟ୍ପ୍ର ଫେସରଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳଦ୍ବାରା ୧୦ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଏହି ପ୍ରକ୍ରିୟା ସଫଳ ହୋଇଛି।

ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ଦିନ ଏମ୍ସରେ ରହିବାପରେ ଘରକୁ ଫେରିଛନ୍ତି। ପୁନଃ ଯୋଡ଼ାଯାଇଥିବା ବାମ ବୁଢ଼ାଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଡ. ଗିରି।

ପ୍ରଥମଥର ପାଇଁ ଏମ୍ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃ ପ୍ରତିରୋପଣ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତି ଗତମାସ ୨୦ତାରିଖରେ ରାତି ପ୍ରାୟ୨ଟା ସମୟରେ ଏମ୍ସ ଜରୁରୀ ବିଭାଗକୁ ଆସିଥିଲେ।

ଉକ୍ତ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଠି  କଟର ମେସିନରେ କଟି ସମ୍ପୂର୍ଣ୍ଣ ଛିଡ଼ି ଯାଇଥିଲା। ଅବଶ୍ୟ ପ୍ରାୟ ୫ଘଣ୍ଟା ବିଳମ୍ବରେ ଆସି ଏମ୍ସରେ ପହଞ୍ଚିଥିବା ଆହତଙ୍କ ଛିଡ଼ି ଅଲଗା ହୋଇଯାଇଥିବା ଆଙ୍ଗୁଠିକୁ ବରଫ ସହାୟତାରେ ସଂରକ୍ଷିତକରି ଆଣିଥିଲେ।

ଆହତଙ୍କ ଚିକିତ୍ସା ଆରମ୍ଭ ହେବା ସହିତ ଅସ୍ତ୍ରୋପଚାର ନିମନ୍ତେ ସ୍ଥିର ହୋଇଥିଲା। ଛିଡ଼ିଯାଇଥିବା ଉକ୍ତ ବାମ ବୁଢ଼ା ଆଙ୍ଗୁଠିକୁ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇଥିଲା। ଡ. ସଞ୍ଜୟଗିରି, ଡ.ଶାନ୍ତନୁସୁବାଙ୍କ ନେତୃତ୍ବରେ ହୋଇଥିବା ଏହି ଅପରେସନରେ ଡ. କୌଶିକ, ଡ. ଆହାନା ଏବଂ ଡ. ଗୋପିକା ସହଯୋଗ କରିଥିଲେ। ଡ. ନୀତାଶା ଏବଂ ଡ. ପ୍ରେଗମାଂସୁଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ଏଥିରେ ସାମିଲ ଥିଲେ।

ଅସ୍ତ୍ରୋପଚାର ଆରମ୍ଭ କରିବା ସହିତ ପ୍ରଥମେ ମାଇକ୍ରୋସ୍କୋପ ସହାୟତାରେ ଛିଡ଼ି ଅଲଗା ହୋଇଯାଇଥିବା ଧମନୀ, ଶିରା ପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ଯୋଡ଼ାଯାଇ ସମସ୍ତ ପ୍ରକ୍ରିୟା ସମ୍ପାଦିତ କରାଯାଇଥିଲା। ଏହା ପ୍ରାୟ ୧୦ଘଣ୍ଟା ସମୟ ନେଇଥିଲା। ଅସ୍ତ୍ରୋପଚାର ପରେ ଯୋଡ଼ାଯାଇଥିବା ବାମହାତର ବୁଢ଼ାଆଙ୍ଗୁଠିରେ ରକ୍ତସଞ୍ଚାଳନ ଆରମ୍ଭ ହୋଇଛି। ଯାହାକି ପ୍ରତିରୋପଣ ପ୍ରକ୍ରିୟା ସଫଳ ହୋଇଥିବା ଦର୍ଶାଉଛି।

ଧୀରେ ଧୀରେ ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ୩ ୪ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ ବୋଲି ଡ. ଗିରି ପ୍ରକାଶ କରିଛନ୍ତି।

ଡକ୍ଟର ଗିରିଙ୍କ କହିବା ଅନୁଯାୟୀ ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ଛଅଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଏପରି ଘଟଣା ଘଟେ, ସେତେବେଳେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଂଶକୁ ଏକ ଗଜ କନା କିମ୍ବା କପଡାରେ ଗୁଡ଼ାଇବା ସହିତ ଏକପଲିଥିନରେ ରଖିବା ଉଚିତ୍। ସଙ୍ଗେ ସଙ୍ଗେ ଉକ୍ତପଲିଥିନକୁ ଏକ ବରଫ ଚାମ୍ବରରେ ସଠିକ ସଂରକ୍ଷିତ କରି ରଖିବା ଉଚିତ୍। ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ୍ନୁହେଁ। ଏହାପରେ ତୁରନ୍ତ ରୋଗୀଙ୍କୁ ହସ୍ପିଟାଲ ଆଣିବା ଆବଶ୍ୟକ ବୋଲି ଡ. ଗିରି ମତପ୍ରକାଶ କରିଛନ୍ତି।