Home Health ଉପର ମୁହାଁ କରୋନା

ଉପର ମୁହାଁ କରୋନା

96
0

ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ଉପରମୁହାଁ । ୨୪ ଘଣ୍ଟା ଭିତରେ ରାଜ୍ୟରୁ ୪୬୧ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହାର ଦ୍ରୁତ ସଂକ୍ରମଣ ଲକ୍ଷ୍ୟ କରାଯାଉଛି । ଚାରି ଦିନ ମଧ୍ୟରେ ସଂକ୍ରମଣ ପରିମାଣ ଦୁଇଗୁଣରୁ ଅଧିକ ହୋଇଗଲାଣି । ମାର୍ଚ୍ଚ ୨୯ ତାରିଖରେ ରାଜ୍ୟରୁ ୨୦୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ରାଜ୍ୟରୁ ନୂତନ ଭାବେ ଚିହ୍ନଟ ହୋଇଥିବା ୪୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନ୍‍ରୁ ହୋଇଥିବାବେଳେ ୧୮୯ଜଣ ସ୍ଥାନୀୟ ସଂକ୍ରମିତ । ରାଜ୍ୟର ୨୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରେ ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ଜଣ ରହିଥିବାବେଳେ ଖୋରଧାରୁ ୬୯ଜଣ ଅଛନ୍ତି । ସେହିଭଳି ସୁନ୍ଦରଗଡରୁ ୬୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଳାହାଣ୍ଡିରୁ ୩୬ଜଣ, ବରଗଡରୁ ୩୨, କଟକରୁ ୨୨, ଅନୁଗୁଳରୁ ୨୭, ସମ୍ବଲପୁର ଓ ବାଲେଶ୍ୱରରୁ ୧୬କରି, ଝାରସୁଗୁଡାରୁ ୧୩ ଜଣ ରହିଛନ୍ତି ।

ଏକକ ସଂକ୍ରମିତ ତାଲିକାରେ ଥିବା ଜିଲ୍ଲାଗୁଡିକ ମଧ୍ୟରେ ପୁରୀ ଓ ନବରଙ୍ଗପୁରରୁ ୯ଜଣକରି, ଯାଜପୁରରୁ ୮, ରାୟଗଡାରୁ ୭, ଭଦ୍ରକ ଓ ଗଞ୍ଜାମରୁ ୫କରି, ସୋନପୁର, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳରୁ ୪କରି, ବଲାଙ୍ଗିର,କେନ୍ଦ୍ରାପଡା, କେନ୍ଦୁଝରରୁ ୨ଜଣ କରି ଥିବାବେଳେ ନୟାଗଡ ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ୪୬୧ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୩,୩୭,୨୧୨ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨୫୮୬ ସକ୍ରିୟ କରୋନା ରୋଗୀ ଥିବାବେଳେ ଆଜି ସୁଦ୍ଧା କରୋନା ପରୀକ୍ଷା ସଂଖ୍ୟା ୯୧ଲକ୍ଷ ଅତିକ୍ରମ କରିଯାଇଛି ।

LEAVE A REPLY

Please enter your comment!
Please enter your name here