Home Agriculture ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା

ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା

ନୟାଗଡ : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ନିର୍ବାହୀ ଯନ୍ତ୍ରୀ, ନୟାଗଡଙ୍କ  ମିଳିତ ଉଦ୍ୟମରେ ନୟାଗଡ ଜିଲ୍ଲାର ଏକଦଲାଗ୍ରାମଠାରେ ଏକ ବଳଦ ଟଣI ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ କୃଷକ ମେଳାର ଆୟୋଜନ କରାଯାଇଥିଲା I

ଏହି କାର୍ଯ୍ୟକ୍ରମରେ  ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ଯନ୍ତ୍ରପାତିର ପଟଚିତ୍ର ତଥା ଓୟୁଏଟି ଉନ୍ନତ ଜୁଆଳି, ବଳଦ ଟଣା ମୋଡ ପତ୍ର ଲଙ୍ଗଳ, କାଦୁଅ କରିବା ଯନ୍ତ୍ର, ଓ ପାଞ୍ଚ ଧାଡ଼ିଆ ବିବିଧ  ମଞ୍ଜି ଓ ସାର ବୁଣା ଯନ୍ତ୍ର ଇତ୍ୟାଦିର ପ୍ରଦର୍ଶନି ଆୟୋଜିତ କରାଯାଇଥିଲା I  ଆଖପାଖ ଅଂଚଳରୁ ନିମଂତ୍ରିତ ଶତାଧିକ ଅଗ୍ରଣୀ ଚାଷୀ ଓ ନୟାଗଡ ଜିଲ୍ଲାର ସହକାରୀ କୃଷି ଯନ୍ତ୍ରୀ ଇଂ ବିଶ୍ୱଜିତ ପାଟ୍ଟଯୋଶୀ ଏହି କାର୍ଯ୍ୟକ୍ରମରେ  ଯୋଗଦେଇଥିଲେ I 

ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ଉନ୍ନତ ବଳଦ ଟଣI ଯନ୍ତ୍ରପାତିର ବିକାଶ, ବ୍ୟବହାର, ଉପାଦେୟତା, ମରାମତି ତଥା ନିୟନ୍ତ୍ରଣ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ନୟାଗଡ  ଜିଲ୍ଲାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଭାଇମାନେ ପ୍ରକଳ୍ପ ତରଫରୁ  ବିକଶିତ ଉନ୍ନତ ବଳଦ ଟଣା କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷ କାମ ଗୁଡିକୁ କାମ ଖର୍ଚରେ , କାମ ସମୟରେ, ଅଳ୍ପ ପରିଶ୍ରମରେ କରି ବେଶ ଲାଭବାନ ହୋଇପାରିବେ ବୋଲି ସହକାରୀ କୃଷି ଯନ୍ତ୍ରୀ ଇଂ ବିଶ୍ୱଜିତ ପାଟ୍ଟଯୋଶୀ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ I ପ୍ରକାଶ ଥାଉ କି ଗତ ବର୍ଷ ମାନଙ୍କରେ ନୟାଗଡ ଜିଲ୍ଲାର  ନିର୍ବାହୀ ଯନ୍ତ୍ରୀ, କୃଷି ବିଜ୍ଞାନ କେନ୍ଦ୍ର ଓ ପ୍ରକଳ୍ପର ମିଳିତ ଉଦ୍ୟମରେ  ଏହି ଅଂଚଳର ଚାଷୀମାନଙ୍କୁ ନେଇ  ଅନେକ ଅନଲାଇନ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା I

ଇଂ ପାଟ୍ଟଯୋଶୀ  ଜିଲ୍ଲାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଭାଇ ମାନେ ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇ ବିଭିନ୍ନ  ଉନ୍ନତ ବଳଦ ଟଣା ଯନ୍ତ୍ରପାତିର ବ୍ୟବହାରକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତଙ୍କ ସହାୟତା କାମନା କରିଥିଲେ i ସମ୍ପ୍ରତି ବଳଦ ଟଣା କୃଷି ଯନ୍ତ୍ରପାତି ବ୍ୟବହାର  କରାଗଲେ ଜମିରେ ମାଟିର ଗୁଣବତ୍ତା ବଜାୟ ରହିବI ସହ ଗୋବର ଖତର ବ୍ୟବହାର ବୃଦ୍ଧି ହେବI ଯୋଗୁ ଉତ୍ପାଦନ  ମଧ୍ୟ ବଢିପାରିବ ବୋଲି ବିଶେଷଣଜ୍ଞ ମାନେ ମତ ରଖିଥିଲେ ଯାହାକି ଏହି ଅଂଚଳର ଚାଷୀମାନଙ୍କ ପାଇଁ ବିଶେଷ ଲାଭଜନକ ହେବ ଏଥିରେ ସନ୍ଦେହ ନାହିଁ I 

ତେବେ ପ୍ରକଳ୍ପ ତରଫରୁ ଏହିସବୁ  ଯନ୍ତ୍ର ଗୁଡିକ ଉପରେ ସରକାରୀ ରିହାତିର ବ୍ୟବସ୍ଥା କରାଯିବାପାଇଁ ପ୍ରୟାସ ଜାରି ରହିଛି ଓ  ଚାଷୀଭାଇ ମାନେ ଏହିପରି ଯନ୍ତ୍ର ଗୁଡିକର ସହଜରେ ବ୍ୟବହାର  କରି ଅଧିକ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଉଛି ବୋଲି ପ୍ରଫେସର ସ୍ୱାଇଁ ପ୍ରକାଶ କରିଥିଲେ I  ଓଡିଶା ସରକାରଙ୍କର ଅନେକ କାର୍ଯ୍ୟକ୍ରମ ଜରିଆରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାଇ ମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇଦେବାପାଇଁ ମଧ୍ୟ ଅନେକ ପ୍ରୋତ୍ସାହନ ଯୋଗାଇଦିଆଯାଉଛି I ଏହି ସବୁ ଯନ୍ତ୍ରଗୁଡିକର ସଫଳ ବ୍ୟବହାର କରି ଉକ୍ତ ବର୍ଗର ଚାଷୀଭାଇମାନେ ବିଶେଷ ଉପକୃତ ହୋଇପାରିବେ I 

ସାମ୍ପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ସରକାରୀ  କୋଭିଡ କଟକଣା ମଧ୍ୟରେ ପ୍ରକଳ୍ପ ତରଫରୁ ଆୟୋଜିତ ଏହିପରି  କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ I  ସହକାରୀ କୃଷି ଯନ୍ତ୍ରୀ ଇଂ ବିଶ୍ୱଜିତ ପାଟ୍ଟଯୋଶୀ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ I