Home News in Odia ଉଦ୍ଧାର ହେଲେ ୧୬୦ ଶିଶୁ

ଉଦ୍ଧାର ହେଲେ ୧୬୦ ଶିଶୁ

ଭୁବନେଶ୍ୱର : ଓଡିଶା ପୋଲିସ ପକ୍ଷରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଫେବୃୟାରୀ ୨୮ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।

ଏହି ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଚାରିଦିନରେ ଓଡିଶା ପୋଲିସ ପକ୍ଷରୁ ୧୬୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରେ ୧୩୮ ଜଣ ବାଳିକା ଓ ୨୨ ଜଣ ବାଳକ ଉଦ୍ଧାର ହୋଇଛନ୍ତି । ଉପରୋକ୍ତ ଶିଶୁମାନଙ୍କ ନିଖୋଜ ସଂକ୍ରାନ୍ତରେ  ବିଭିନ୍ନ ଥାନାରେ ମାମଲା ପଞ୍ଜିକୃତ ହୋଇଥିଲା । ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି  । ପରେ ସେମାନଙ୍କୁ ତାଙ୍କ ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଇଛି ।

ଏହି ସ୍ୱତନ୍ତ୍ର ଅଭିଯାନକୁ କିଛି ଆରକ୍ଷୀ ଅଧୀକ୍ଷକ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୨୬ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରୁ ଯଥାକ୍ରମେ ୧୩ ଓ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here