Home Education ଉଦଘାଟିତ ହେଲା ଶତ ସାମ୍ବତ୍ସରିକ ମହୋତ୍ସବ ‘ଶତାରୁଣ୍ୟ’

ଉଦଘାଟିତ ହେଲା ଶତ ସାମ୍ବତ୍ସରିକ ମହୋତ୍ସବ ‘ଶତାରୁଣ୍ୟ’

କଟକ : ଉତ୍କଳୀୟ ପ୍ରଜ୍ଞାର ଆଦି ପୀଠ ରେଭେନ୍ସା ବିଶ୍ଵବିଦ୍ୟାଳୟର ଗାରିମାମୟ ପୂର୍ବ ଛାତ୍ରାବାସର ଶତ ସାମ୍ବତ୍ସରିକ ମହୋତ୍ସବ ‘ଶତାରୁଣ୍ୟ’ ମହା ସମାରୋହରେ ବିଶ୍ୱବିଦ୍ୟାଳୟ ପରିସରସ୍ଥ ‘Seven Pillars of Wisdom’ ସଭା କକ୍ଷରେ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଅନ୍ଲାଇନ୍ ଯୋଗେ ଯୋଗ ଦେଇଥିଲେ ।

ପୂର୍ବ ଛାତ୍ରାବାସର ପ୍ରାକ୍ତନ ଅନ୍ତେବାସୀ ସୁପ୍ରିମକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଦୀପକ ମିଶ୍ର, ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟଜିତ ମହାନ୍ତି, ବିଶ୍ୱବିଦ୍ୟାଳୟର କୁଳପତି ଡ ସଞ୍ଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।   ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ଡ ଯୋଗେଶ ଚନ୍ଦ୍ର ପତି ଅନଲାଇନ ଯୋଗେ ଯୋଗ ଦେଇଥିଲେ। ବେଦ ମନ୍ତ୍ର ଉଚ୍ଚାରଣ ଓ ବନ୍ଦେ ଉତ୍କଳ ଜନନୀ ର ସମବେତ ଗାନ ଦ୍ଵାରା ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା।

ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ ପୂର୍ବ ଛାତ୍ରାବାସ ତଥା ରେଭେନ୍ସା ବିଶ୍ଵବିଦ୍ୟାଳୟ କୁ ଏକ ମହାନ ପ୍ରାଚ୍ୟ ଗୁରୁକୂଳର ଆଖ୍ୟା ଦେଇ ଏ ଅନୁଷ୍ଠାନ ରେ ଦେଶ ତଥା ମାନବ ଜାତିକୁ ଅବକରେ ଭୂଷୀୟ ପ୍ରଶଂସା କରିଥିଲେ । ବିଶ୍ଵ ବିଖ୍ୟାତ ପଦାର୍ଥ ବିଜ୍ଞାନୀ ତଥା ଛାତ୍ରାବାସର ପ୍ରାକ୍ତନ ଅନ୍ତେବାସୀ ଡ ଯୋଗେଶ ଚନ୍ଦ୍ର ପତି ତାଙ୍କ ଛାତ୍ରାବାସ ଜୀବନର ଅନୁଭୁତି ବର୍ଣ୍ଣନା କରିବାବେଳେ ଭାବ ବିହ୍ୱଳ ହୋଇପଡ଼ିଥିଲେ ।

 ଡ ସତ୍ୟଜିତ ମହାନ୍ତି ତାଙ୍କ ଅଭିଭାଷଣରେ କହିଲେ, ଓଡ଼ିଶାର ସର୍ବ ପ୍ରାଚୀନ ଉଚ୍ଚ ଶିକ୍ଷ୍ୟା ଅନୁଷ୍ଠାନ ରେଭେନ୍ସା ବିଶ୍ଵବିଦ୍ୟାଳୟ ତଥା ପୂର୍ବ ଛାତ୍ରାବାସ ରେ ଜ୍ଞାନ ଅନ୍ୱେଷଣରେ ଏକ ବଳିଷ୍ଠ ପରମ୍ପରାଟିଏ ରହିଆସିଛି । ଛାତ୍ରମାନଙ୍କୁ ସେ ସ୍ଵପ୍ନ ଦେଖିବା ଓ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସରତ ରହିବା ପାଇଁ ଆହ୍ବାନ ଦେଇଥିଲେ ।

ପୂର୍ବ ଛାତ୍ରାବାସ ର ପ୍ରାକ୍ତନ ଅନ୍ତେବାସୀ ସଂଘର ସଭାପତି ତଥା ଓଡ଼ିଶା ର ପୂର୍ବତନ ମୁଖ୍ୟ ସଚିବ ଡ ସହଦେବ ସାହୁ ପୁର୍ବ ଛାତ୍ରାବାସ ରେ ଭାତୃତ୍ବ ଓ ମିଳିତ ସ୍ଵଧେୟ ଓ ଜ୍ଞାନ ଅନ୍ୱେଷଣର ଯୋଉ ବଳିଷ୍ଠ ପରମ୍ପରା ଟିଏ ରହିଛି ତାହା ବିଶ୍ଵର ଅନ୍ୟତ୍ର ବିରଳ । ଏହି ବର୍ଣ୍ଣାଳ ସମ୍ଭତ୍ସରିତ ମହୋତ୍ସବକୁ ଦେଶ ବିଦଶରୁ ସହସ୍ରା ଧିକ ପୁରାତନ ଛାତ୍ର ଯୋଗଦେଇଥିଲେ ।

ଇତ୍ୟବସରେ  ପୂର୍ବ ଛାତ୍ରାବାସର ବର୍ଷିକ ମୁଖପତ୍ର “ଜାଗରଣ” ର ଶତ ସମ୍ଭଶ୍ଚର “ସ୍ମରଣିକା ” ତଥା ” ସବୁଜ ୨.୦” ପତ୍ରିକା ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଛାତ୍ରାବାସର ପୂର୍ବ ସୁରୀ ପଦ୍ମଶ୍ରୀ ସ୍ୱର୍ଗତ ସଚ୍ଚି ରଉତରାୟ ପଦ୍ମଶ୍ରୀ କାଳନ୍ଦି ଚରଣ ପାଣିଗ୍ରାହୀ ଙ୍କ  ଜନ୍ମ ସ୍ଥାନରୁ ଆଗତ ମୂର୍ତ୍ତିକା ସହ ଛାତ୍ରାବାସ ପରିସର ମଧ୍ୟରେ ଉତ୍ତର ପ୍ରଦେଶ ମହା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସାବତଙ୍କ ପୌରହିତ୍ୱରେ” ଜ୍ଞାନ ବୃକ୍ଷର” ଚାରା ରୋପଣ କରାଯାଇଥିଲା ।

ସନ୍ଧ୍ୟାରେ ଅନ୍ତେବାସୀ ତଥା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଯୋଜିତ ବିଭିନ୍ନ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here