Home Administration ଇ-ବିଧାନସଭା ପାଇଁ ଅର୍ଥ ମଞ୍ଜୁର

ଇ-ବିଧାନସଭା ପାଇଁ ଅର୍ଥ ମଞ୍ଜୁର

ବିନା କାଗଜପତ୍ରରେ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡିଶା ଏବଂ ପଞ୍ଜାମ ବିଧାନସଭା ଏହାକୁ କାର୍ଯ୍ୟକାରୀ କରିଥିବାରୁ ସେମାନଙ୍କ ପାଇଁ ଅର୍ଥ ମଞ୍ଜୁର ହୋଇଛି ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ବୈଠକ ଅନୁଷ୍ଠିତ ସହିତ ଏବଂ ଜାତୀୟ ଇ-ବିଧାନ ଆପ୍ଲିକେସନ ‘ନେଭା’ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗକୁ ୧୨କୋଟି ୧୫ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ପ୍ରେରଣ କରାଯାଇଥିଲା ।

ବିଭାଗ ତରଫରୁ ୮କୋଟି ୫୨ଲକ୍ଷ ୩୬,ହଜାର ୬୪୨ ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋିଥିଲଂ ଏବଂ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ଏକ କୋଯି ୨ଲକ୍ଷ ୯୬ହଜାର ୪୦୮ ଟଙ୍କାର ପ୍ରଥମ କିସ୍ତି ଅର୍ଥ ଆବଣ୍ଟିତ ହୋଇଛି ।

ଏହି ମିଶନ ମୋଡ୍‍ କାର୍ଯ୍ୟକ୍ରମକୁ ସମ୍ପନ୍ନ କରିବାପାଇଁ ଇତି ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛି । ୱାଇ-ଫାଇ, ଲୋକାଲ ଅନ୍‍ ନେଟ୍‍ୱାର୍କ ଏବଂ ଭିଡିଓ କନଫରେନ୍ସିଂ କାର୍ଯ୍ୟ ଇତି ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ।

ଉଲ୍ଲେଖନୀୟ ଯେ ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୬୦ ଶତକଡା ଏବଂ ରାଜ୍ୟ ସରକାରଙ୍କ ୪୦ ଶତକଡା ଅର୍ଥ ଏଥିରେ ବିନିଯୋଗ କରାଯିବ ।

LEAVE A REPLY

Please enter your comment!
Please enter your name here