Home General ଇଣ୍ଡେନ ରିଫିଲ ବୁକିଙ୍ଗ ପାଇଁ ଏକକ ନମ୍ୱର

ଇଣ୍ଡେନ ରିଫିଲ ବୁକିଙ୍ଗ ପାଇଁ ଏକକ ନମ୍ୱର

ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ, ଇଣ୍ଡିଆନ ଅଏଲ ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ନେଇଛି ଆଉ ଏକ ପଦକ୍ଷେପ । ଏହା ସାରା ଭାରତରେ ଏକ କମନ ଇଣ୍ଡେନ ରିଫିଲ ବୁକିଙ୍ଗ ନମ୍ୱର ଆରମ୍ଭ କରିଛି । ଏଲପିଜି ରିଫିଲ ବୁକିଙ୍ଗ ପାଇଁ ସାରା ଦେଶରେ କମନ ବୁକିଙ୍ଗ ନମ୍ୱରଟି ହେଉଛି 7718955555 । ଏହା 24×7ଉପଭୋକ୍ତାଙ୍କ ଉପଲବ୍ଧ ।

ଏଲପିଜି ରିଫିଲ ବୁକିଙ୍ଗ ପାଇଁ ଏହି କମନ ନମ୍ୱର (SMS ଓ IVRS ମାଧ୍ୟମରେ) ଉପଭୋକ୍ତାଙ୍କ ସୁବିଧା ବଢାଇବା ଓ ଇଜ ଅଫ ବୁକିଙ୍ଗ ଇଣ୍ଡେନ ଏଲପିଜି ରିଫିଲସ ପାଇଁ ଏକ ମହତ୍ୱପୁର୍ଣ୍ଣ ପଦକ୍ଷେପ । ଏହାର ଅର୍ଥ ଯଦି ଜଣେ ଉପଭୋକ୍ତା ରାଜ୍ୟ ରାଜ୍ୟ ମଧ୍ୟରେ ଗୋଟେ ଟେଲିକମ ସର୍କଲରୁ ଅନ୍ୟ ଏକ ଟେଲିକମ ସର୍କଲକୁ ସ୍ଥାନାନ୍ତର ହୁଅନ୍ତି, ତାଙ୍କର ଇଣ୍ଡେନ ରିଫିଲ ବୁକିଙ୍ଗ ନମ୍ୱର ସମାନ ରହିବ ।

ବର୍ତ୍ତମାନ ଇଣ୍ଡେନ ଏଲପିଜି ରିଫିଲ ବୁକିଙ୍ଗ ପାଇଁ ଚାଲୁଥିବା ଟେଲିକମ ସର୍କଲର ସ୍ୱତନ୍ତ୍ର ଫୋନ ନମ୍ୱରଟି 31.10.2020ଅର୍ଦ୍ଧରାତ୍ରରୁ ଅଚଳ ହୋଇଯିବ ଏବଂ ଏଲପିଜି ରିଫିଲ ବୁକିଙ୍ଗ ପାଇଁ କମନ ବୁକିଙ୍ଗ ନମ୍ୱର 7718955555 କାର୍ଯ୍ୟ ଆରମ୍ଭ କରିବ ।

ଯଦି ଉପଭୋକ୍ତାଙ୍କ ନମ୍ୱର ଇଣ୍ଡେନ ରେକର୍ଡରେ ପୁର୍ବରୁ ପଞ୍ଜିକୃତ ଥାଏ ତେବେ 16 ଅଙ୍କ ବିଶିଷ୍ଟ କନ୍ସ୍ୟୁମର ନମ୍ୱରଟି ସ୍ୱତଃ ଆସିଯିବ । ଜାଣି ରଖନ୍ତୁ ଏହି 16 ଅଙ୍କ ବିଶିଷ୍ଟ କନ୍ସ୍ୟୁମର ନମ୍ୱରଟି ଇଣ୍ଡେନ ଏଲପିଜି ଇନଭଏସ/ କ୍ୟାସ ମେମୋ/ ସବସ୍କ୍ରିପସନ ଭାଉଚର ଆଦିରେ ଉପଲବ୍ଧ ଅଛି। ଉପୋଭୋକ୍ତାଙ୍କ ପୃଷ୍ଟି ପରେ ରିଫିଲ ବୁକିଙ୍ଗଟି ଗୃହିତ ହେବ ।

ଯଦି ଉପଭୋକ୍ତାଙ୍କ ନମ୍ୱର ଇଣ୍ଡେନ ରେକର୍ଡରେ ପୁର୍ବରୁ ପଞ୍ଜିକୃତ ନଥାଏ, ତେବେ ଏକକ ସମୟ ପାଇଁ 7 ଅଙ୍କରେ ଆରମ୍ଭ ହେଉଥିବା କନ୍ସ୍ୟୁମର ନମ୍ୱର ଦେଇ ଉପଭୋକ୍ତା ନିଜ ମୋବାଇଲ ନମ୍ବର ପଞିକୃତ କରିପାରିବେ । ସମାନ IVRS କଲରେ ଏହାର ପ୍ରମାଣିକରଣ କରାଯିବ । ପୃଷ୍ଟି ଦ୍ୱାରା ମୋବାଇଲ ନମ୍ୱର ପଞ୍ଜିକୃତ ହେବା ସହ ଏଲପିଜି ରିଫିଲ ବୁକିଙ୍ଗ ମଧ୍ୟ ଗୃହିତ ହୋଇଯିବ । ଏହି 16 ଅଙ୍କ ବିଶିଷ୍ଟ କନ୍ସ୍ୟୁମର ନମ୍ୱରଟି ଇଣ୍ଡେନ ଏଲପିଜି ଇନଭଏସ/ କ୍ୟାସ ମେମୋ/ ସବସ୍କ୍ରିପସନ ଭାଉଚର ଆଦିରେ ଉପଲବ୍ଧ ଅଛି ।

ଆପଣଙ୍କ ପ୍ରିୟ ଇଣ୍ଡେନ ଏଲପିଜିର ଆଗାମୀ ଅପଡେଟ ପାଇଁ ଆମ ୱେବସାଇଟରେ ଲଗଇନ କରନ୍ତୁ https://cx.indianoil.in କିମ୍ୱା ଡାଉନଲୋଡ କରନ୍ତୁ IndianOil ONE ମୋବାଇଲ ଆପ । ଇଣ୍ଡେନ ସହ ଉପଭୋଗ କରନ୍ତୁ ସୁରକ୍ଷିତ, ବିଶ୍ୱସନୀୟ ଏବଂ ସୁବିଧାଜନକ ରୋଷେଇ ।