Home News in Odia ଇଣ୍ଟରପୋଲ ସହାୟତା ନେବ କ୍ରାଇମବ୍ରାଞ୍ଚ

ଇଣ୍ଟରପୋଲ ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଡିଆରଡିଓ ତଥ୍ୟ ଚୋରି ମାମଲାରେ ସମ୍ପୃକ୍ତ ସନ୍ଦିଗ୍ଧ ମହିଳାଙ୍କୁ ଠାବ କରିବା ପାଇଁ ଓଡିଶା ପୋଲିସର କ୍ରାଇମବ୍ରାଞ୍ଚଞ୍ଚ ଇଣ୍ଟରପୋଲ ର ସହାୟତା ଲୋଡିବ ।

ଏପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ପୋଲିସ ଜାଣିବାକୁ ପାଇଛି ଯେ, ସନ୍ଦିଗ୍ଧ ମହିଳା ବ୍ରିଟେନର ମୋବାଇଲ୍ ଫୋନ୍ ନମ୍ବର ବ୍ୟବହାର କରି ଫେସବୁକ୍‌, ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ନେଟୱାର୍କିଂ ସାଇଟରେ ଅଭିଯୁକ୍ତମାନଙ୍କ ସହିତ ଚାଟିଂ କରୁଥିଲେ ଏବଂ ଭିଡିଓ କଲ୍ କରୁଥିଲେ ।

ଏହି ରହସ୍ୟମୟ ମହିଳାଙ୍କ ଦ୍ୱାରା ବ୍ୟବହୃତ ବ୍ରିଟେନର ମୋବାଇଲ୍ ନମ୍ବରର ସବିଶେଷ ତଥ୍ୟ ପାଇବା ପାଇଁ ଓଡ଼ିଶା ଅପରାଧ ଶାଖା ଇଣ୍ଟରପୋଲରୁ ସାହାଯ୍ୟ ମାଗିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗିରଫ ହୋଇଥିବା ଆଇଟିଆର-ଚାନ୍ଦିପୁର କର୍ମଚାରୀଙ୍କ ସହ ତାଙ୍କ ଭିଡିଓ କଲର ଫୁଟେଜ ସହିତ ମହିଳା ଅପରେଟରଙ୍କ ଫଟୋ ମେଳଖାଉଛି ।

ଦୁବାଇର ବ୍ୟାଙ୍କ ଆକାଉଣ୍ଟଣ୍ଟ ବିବରଣୀ ଯେଉଁଥିରୁ ଜଣେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ବୋଲି ସେ କହିଛନ୍ତି ଏବଂ ଏହା ସନ୍ଦିଗ୍ଧ ମହିଳାଙ୍କ କୌଣସି ସହଯୋଗୀଙ୍କ ଆକାଉଣ୍ଟ ହୋଇଥାଇପାରେ ।

ଶ୍ରୀ ପଣ୍ଡା କହିଛନ୍ତି ଯେ କ୍ରାଇମ ବ୍ରାଞ୍ଚର ଗୋଟିଏ ଟିମ୍ ବାଲେଶ୍ୱରରେ ଅଭିଯୁକ୍ତଙ୍କୁ ଅନ୍ୟ କୌଣସିି ସୂତ୍ରରୁ ଟଙ୍କା ମିଳିଛି କି ନାହିଁ ଯାଞ୍ଚ ପାଇଁ ସେଠାରେ ଅଛନ୍ତି ।

ଏହାପୂର୍ବରୁ ଓଡିଶା ପୋଲିସର ଏଡିଜି କହିଛି ଯେ ରହସ୍ୟମୟ ମହିଳା ଜଣକ ଦୁଇଜଣ ଅଭିଯୁକ୍ତଙ୍କୁ ହିନ୍ଦୀରେ ଭିଡିଓ କଲ କରିଥିଲେ ଏବଂ ସେ ବିଭିନ୍ନ ନାମ ଏବଂ ପ୍ରୋଫାଇଲ ଚିତ୍ର ଅନ୍ତର୍ଗତ ସାତୋଟି ଫେସବୁକ ଆକାଉଣ୍ଟ ମାଧ୍ୟମରେ ଏହି ପାଞ୍ଚ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ ।

ସନ୍ଦିଗ୍ଧ ମହିଳା ଜଣଙ୍କ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇ ଚାନ୍ଦିପୁରରେ ଅବସ୍ଥିତ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଘରକୁ ଯିବାକୁ ପ୍ରତିଶୃତି ଦେଇଛନ୍ତି ।

କ୍ରାଇମ ବ୍ରାଞ୍ଚ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ସାତ ଦିନିଆ ରିମାଣ୍ଡରେ ନେଇଥିଲା । ଅଭିଯୁକ୍ତ ଦେଇଥିବା ବିବୃତ୍ତି ଏବଂ ବୈଷୟିକ ତଥ୍ୟର ଅଧିକ ଯାଞ୍ଚ କରିବା ପରେ ଯଦି ଆବଶ୍ୟକ ହୁଏ ତେବେ କ୍ରାଇମ ବ୍ରାଞ୍ଚଞ୍ଚ ଅଭିଯୁକ୍ତଙ୍କ ରିମାଣ୍ଡରେ ନେବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

ଏହି ମାମଲାରେ ଯେତେ ଶୀଘ୍ର ଚାର୍ଜ ସିଟ୍ ଦାଖଲ କରାଯିବ ସେନେଇ ପୋଲିସ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପାକିସ୍ତାନରୁ ଆସିଥିବା ସନ୍ଦେହ କରାଯାଉଥିବା ଅଜ୍ଞାତ ବିଦେଶୀ ଏଜେଣ୍ଟଣ୍ଟମାନଙ୍କ ସହ ବର୍ଗୀକୃତ ପ୍ରତିରକ୍ଷା ସୂଚନା ବାଣ୍ଟିବା ଅଭିଯୋଗରେ ଓଡିଶା ପୋଲିସ ୧୪ ସେପ୍ଟେମ୍ବର ଦିନ ଚାନ୍ଦିପୁରରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ୟୁନିଟର ପାଞ୍ଚଞ୍ଚଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଥିଲା ।