Home Administration ଇଜ୍ ଅଫ୍ ଲିଭିଙ୍ଗରେ ଭୁବନେଶ୍ୱର ଦ୍ୱିତୀୟ

ଇଜ୍ ଅଫ୍ ଲିଭିଙ୍ଗରେ ଭୁବନେଶ୍ୱର ଦ୍ୱିତୀୟ

ଭୁବନେଶ୍ୱର ; ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପାଇଁ ଏକ ଶୁଭ ଖବର । ଉଉମ ବାସପେଯୋଗୀ ସହର ଭାବେ ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଭୁବନେଶ୍ୱର । ୧୦ଲକ୍ଷରୁ କମ୍ ଲୋକ ବାସ କରୁଥିବା ସହର ମଧ୍ୟରେ ୨୦୨୦ ମସିହା ପାଇଁ ହୋଇଥିବା ଅନୁଧ୍ୟାନରୁ ଏହା ଜଣାପଡ଼ିଛି ।

ସମସ୍ତ ଦିଗକୁ ଧ୍ୟାନଦେଇ ଅନୁଧ୍ୟାନରେ ସମୁଦାୟ ୧୦୦ ନମ୍ବରରୁ ୫୯.୮୫% ଭୁବନେଶ୍ୱରକୁ ମିଳିଛି । ତେବେ ଏଥିରେ ଭାଗ ନେଇଥିବା ୧୧୧ ଗୋଟି ସହର ମଧ୍ୟରୁ ନାଗରିକଙ୍କ ମତାମତ ସ୍ତମ୍ବରେ ଭୁବନେଶ୍ୱରକୁ ୯୪.୮୦ ମିଳିଛି ଯାହା ଦେଶରେ ସର୍ବାଧିକ ।

ଇଜ୍ ଅଫ୍ ଲିଭିଙ୍ଗ୍ ଇନଡ଼େସ୍କ ଏବଂ ମ୍ୟୁନିସିପାଲ୍ କାର୍ଯ୍ୟକାରୀତା ଇନଡ଼େସ୍କ ୨୦୨୦ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ହରଦିପ୍ ସିଂହ ପୁରୀ ଆଜି ନୂଆଦିଲ୍ଲୀରୁ ଏହାକୁ ଅନଲାଇନରେ ଜଣାଇଥିବା ବେଳେ ଏକ ନିୟୁତରୁ କମ୍ ସହର ମାନଙ୍କ ମଧ୍ୟରେ ଉତମ ବାସପୋଯୋଗୀ ସହର ଭାବେ ଶିମଳା ରହିଥିବା ବେଳେ ଏକ ନିୟୁତରୁ ଉର୍ଦ୍ଧ୍ୱ ନାଗରିକ ବାସ କରୁଥିବା ସହର ଭାବେ ବାଙ୍ଗାଲୋର୍ ସ୍ଥାନ ପାଇଛି ।

ତେବେ ଇଜ୍ ଅଫ୍ ଲିଭିଙ୍ଗ୍ ର ଫଳାଫଳ ଘୋଷଣା ହେଲାପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ବାର୍ତା ଅନୁଯାୟୀ ‘ଭୁବନେଶ୍ୱର ବିଗତ ଦୁଇ ବର୍ଷ ତୁଳନାରେ ଆହୁରି ଆଗେଇଛି ଏବଂ ସହରୀ ପ୍ରଶାସନ ଏବଂ ନାଗରିକ ମାନଙ୍କର ସକ୍ରିୟ ଭାଗଦାନ ଏହି ସହରକୁ ସାରା ଦେଶରେ ଏକ ଉତମ ବାସପୋଯୋଗୀ ସ୍ଥାନ ଭାବେ ପ୍ରତିଷ୍ଠିତ କରିପାରିଛି ।

ଭୁବନେଶ୍ୱରରେ ବାସ କରିବା ପାଇଁ ରହିଥିବା ବାୟୁ, ଜଳ, ରାସ୍ତା, ଯୋଗାଯୋଗ ଏବଂ ପରିବେଶ ଇତ୍ୟାଦି ଅତ୍ୟନ୍ତ ଅନୁକୂଳ ଏବଂ ଏହାକୁ ଆହୁରି ଉତମ କରି ଆଗେଇଯିବା ପାଇଁ ସମସ୍ତଙ୍କ ପ୍ରଚେଷ୍ଠା ଏବଂ ଦାୟିତ୍ୱ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି କମିଶନର । ତେବେ ଭାରତବର୍ଷରେ ଏହାକୁ ପ୍ରତିଷ୍ଠିତ କରି ରଖିବା ପାଇଁ ସେ ନାଗରିକ ଏବଂ ସମ୍ପୃକ୍ତ ସଂଗଠନ ମାନଙ୍କୁ ଅନୁରୋଧ ଜଣାଇଛନ୍ତି ।

ଇଜ୍ ଅଫ୍ ଲିଭିଙ୍ଗ୍ ଜୀବନର ଗୁଣାତ୍ମକମାନ ଏବଂ ସହରାଞ୍ଚଳ ବିକାଶର ପ୍ରଭାବ ଇତ୍ୟାଦିର ଆକଳନ କରିଥାଏ । ସାମୁଦାୟିକ ଭାବେ ଗୋଟିଏ ସହରର ଗୁଣାତ୍ମକ ମାନଦଣ୍ଡ, ଆର୍ଥିକ ମାନଦଣ୍ଡ, ଦୀର୍ଘ ସ୍ଥାୟିତ୍ୱ ଏବଂ ସହରର ଦୃଢ ସ୍ଥିତି ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ । ଆକଳନ ମଧ୍ୟରେ ବାସ କରୁଥିବା ନାଗରିକ ମାନଙ୍କର ମତାମତ, ସହରାଂଚଳ ପ୍ରଶାସନର ସେବା ବାବଦରେ ନାଗରିକଙ୍କ ଧାରଣା ଇତ୍ୟାଦିକୁ ନିଆଯାଇଥାଏ ।

ଇଜ୍ ଅଫ୍ ଲିଭିଙ୍ଗ୍ ୨୦୨୦ ର ପରିସର ନାଗରିକ ମାନଙ୍କର ଧାରଣାକୁ ସର୍ଭେରେ ସ୍ଥାନ ଦିଆଯାଇଅଛି ଯାହାକି ସର୍ଭେର ୩୦ ପ୍ରତିଶତ ଅଟେ । ତେଣୁ ଗୁଣାତ୍ମକ ଜୀବନଶୈଳୀ ଆର୍ଥିକ କ୍ଷମତା ଦାର୍ଘ ସ୍ଥାୟିତ୍ୱ ଇତ୍ୟାଦିକୁ ବିଚାରକୁ ନେଇ ଆହୁରି ଅନେକ କ୍ଷେତ୍ର ଯାହାକି ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଏବଂ ବାସସ୍ଥାନ, ଜଳ ପରିମଳ ଏବଂ ସ୍ୱାସ୍ଥ୍ୟ ତଥା କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଯାତାୟାତ, ନିରାପତ୍ତା, ଆମୋଦ ପ୍ରମୋଦ, ସବୁଜ ପରିବେଶ,ଆର୍ôଥକ ବିକାଶର ସ୍ତର ଓ ସୁଯୋଗ, ଇତ୍ୟାଦି୨୧ ଟି ମାନଦଣ୍ଡକୁକୁ ୭୦ % ବିଚାର କରାଯାଇଥିଲା ।

ତେବେ ଇଜ୍ ଅଫ୍ ଲିଭିଙ୍ଗ୍ ପଦ୍ଧତିରର ସଂଶୋଧିତ ସଂସ୍କରଣ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରାଳୟ ତରଫରୁ ଫେବୃଆରୀ ୨୦୧୯ରେ ପ୍ରକାଶିତ ହୋଇଥିଲା । ଭାରତୀୟ ସହର ଗୁଡିକରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ କିପରି ପ୍ରତିଫଳିତ ହୋଇପାରିଛି ଏବଂ ବିକାଶମୂଳକ ନୀତି ନିର୍ଦ୍ଧାରଣରେ କପରି ସହଯୋଗୀ ହେବ ତାହାର ବିବେଚନା ମଧ୍ୟ ଏହି କାର୍ଯ୍ୟକ୍ରମର ଅର୍ନ୍ତଭୁକ୍ତ ।