Home News in Odia ଆହତ ଯବାନ୍‌ଙ୍କୁ ଡିଜିପିଙ୍କ ଏୟାର୍‌ଲିଫ୍ଟ

ଆହତ ଯବାନ୍‌ଙ୍କୁ ଡିଜିପିଙ୍କ ଏୟାର୍‌ଲିଫ୍ଟ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଗୋଛପଡ଼ା ଥାନା ଅଂଚଳରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଥିଲା ।ଏହି ଅପରେସନ୍ ଚାଲିଥିବାବେଳେ ଆଜି ସକାଳୁ ହଠାତ୍ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଫଳରେ ୨ଜଣ ଯବାନ ୍ଗୁରୁତର ଆହତ ହୋଇଥିଲେ ।

ଏହାବ୍ୟତୀତ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କିଛିମାଓବାଦୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଦୁଇ ଯବାନଙ୍କୁ ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ଙ୍କ ସହାୟତାରେ ଅପରେସନ୍ ଅଂଚଳରୁ ଉଦ୍ଧାର କରାଯାଇଥିଲା ।

ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି(ଅପରେସନ୍‌) ଅମିତାଭ ଠାକୁର ଏବଂ ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଅନୁପ କୁମାରସାହୁ ପ୍ରମୁଖ ମାଓବାଦୀ କାର୍ଯ୍ୟକଳାପର ସମୀକ୍ଷା କରିବାକୁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିଲେ ।

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ ଏବଂ ଦୁଇ ଯବାନ୍‌ଙ୍କ ଆହତ ହୋଇଥିବା ଖବର ପାଇବାମାତ୍ରେ ଡିଜିପି ତାଙ୍କ ଗସ୍ତକୁ ତୁରନ୍ତ ବାତିଲ କରିଥିଲେ । ସଙ୍ଗେ ସଙ୍ଗେ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇ ପାଦେଲପଡ଼ାରେ ହେଲିକେପ୍‌ଟର୍‌କୁ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉଦ୍ଧାର କରାଯାଇଥିବା ଆହତ ଦୁଇ ଯବାନ୍‌ଙ୍କୁ ଡିଜିପି ଏୟାର୍‌ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ । ଆହତ ଯବାନ୍‌ଙ୍କ ଚିକିତ୍ସା ନିମନ୍ତେ ସାଙ୍ଗରେ ସ୍ଥାନୀୟ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ । ବର୍ତମାନ ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ସମ୍ପୃକ୍ତ ଅଂଚଳରେ ଅପରେସନ୍‌କୁ ଜୋରଦାର କରାଯାଇଛି ।

LEAVE A REPLY

Please enter your comment!
Please enter your name here