Home Environment ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ବଳୟ

ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ବଳୟ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଏବଂ ଏହାର ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟିହେବ । ଭାରତୀୟ ପାଣିପାଗ ବିଭାଗ ଆଜି ଏ ସଂକ୍ରାନ୍ତରେ ଟୁଇଟ୍‍ ଦ୍ୱାରା ଅବଗତ କରିଛି ।

ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେଥିନେଇ ଆକଳନ କରାଯାଇନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଜ୍ଞମାନେ କହିଛନ୍ତି ଯେ ଗତ ୧୦ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ୧୩ତାରିଖ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଏହା ସ୍ଥିର ଥିବାବେଳେ ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ।

ତେବେ ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା ଲଘୁଚାପ କ୍ଷେତ୍ର ଦ୍ୱାରା ସେଭଳି ବର୍ଷା ହେବାର ସମ୍ଭାବନା ପ୍ରାୟତଃ ନଥାଏ । ଏହି ସମୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ବି ସାଧାରଣତଃ ଓଡିଶା ମୁହାଁ ହୋଇନଥାନ୍ତି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାପରେ ଏହାର ଗତିପଥ ଆଦି ସ୍ପଷ୍ଟ ହେବ ।

ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହିତ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଆସନ୍ତା ୫ଦିନ ପାଇଁ ଓଡିଶା ଉପରେ ଲଘୁଚାପର ପ୍ରଭାବ ନଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ସେହିଭଳି ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି