Home General ଆର ପାରିରେ ପ୍ରକାଶ ରାଓ

ଆର ପାରିରେ ପ୍ରକାଶ ରାଓ

ଭୁବନେଶ୍ୱର : ଜଣାଶୁଣା ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶରାଓ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନ। ସଂକ୍ରମିତ ହୋଇଛି ଚିକିତ୍ସିତ ହେଉଥିବା ଶ୍ରୀ ରାଓ ଆଜି ଅପରାହ୍ନରେ ୬୩ବର୍ଷ ବୟସରେ ଏସ୍‍ସିବି କୋଭିଡ ହସ୍ପିଟାଲରେ ଆଖି ବୁଜିଛନ୍ତି । ପ୍ରକାଶଙ୍କ ବିୟୋଗରେ ସବୁ ମହଲରେ ଶୋକ ପ୍ରକାଶ କରାଯାଇଛି ।

ନିଆରା ସମାଜସେବା ପାଇଁ କଟକ ସହର ସମେତ ଦେଶ ବିଦେଶରେ ପ୍ରକାଶ ରାଓ ବେଶ୍‍ ପରିଚିତ । ବିଶେଷକରି ଶିକ୍ଷା କ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ସେ ଚର୍ଚ୍ଚିତ । ଗରିବ ପିଲାଙ୍କୁ ପାଠ ପଢାଇବା ଥିଲା ତାଙ୍କର ନିଶା । ସମାଜକୁ ତାଙ୍କର ଏହି ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କଟକ ଗସ୍ତ ସମୟରେ ପ୍ରକାଶଙ୍କୁ ସାକ୍ଷାତ କରିଥିଲେ ।

ପେଶାରେ ଚାହା ବିକ୍ରେତା ଥିବା ପ୍ରକାଶଙ୍କ ପରିବାର କାକିନାଡାରୁ ଓଡିଶା ଆସିଥିଲେ । ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ । । “ଉତ୍କଳ ଟ୍ୟାନେରୀ”ର ସେ ଥିଲେ ପରିଚାଳକ । ପିତା ଡି କ୍ରୀଷ୍ଣମୂର୍ତ୍ତୀ ଥିଲେ ଇଂରେଜମାନଙ୍କ ସୈନିକ । ଦ୍ବିତୀୟ ବିଶ୍ବଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୁଦ୍ଧରେ ଯୁଦ୍ଧ କରିଥିଲେ ।

ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜସେବା ବିଶେଷକରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ । ଶ୍ରୀ ରାଓଙ୍କ ଶେଷକୃତ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।