Home Administration ଆରମ୍ଭ ହେବ ଫାଭିପିରାଭିର ଚିକିତ୍ସା

ଆରମ୍ଭ ହେବ ଫାଭିପିରାଭିର ଚିକିତ୍ସା

କୋଭିଡ ସଂକ୍ରମିତ ବ୍ୟକ୍ତିମାନେ ହୋମ ଆଇସୋଲେସନ ଚିକିତ୍ସା ପଦ୍ଧତିକୁ ଭାବେ ଗ୍ରହଣ କରୁଥିବାରୁ ଏହାକୁ ଅଧିକ ଫଳପ୍ରସୂ କରିବା ନିମନ୍ତେ ଫାଭିପିରାଭିର ଚିକିତ୍ସା ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏଭ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ପରୀକ୍ଷାଭୂଳକ ଭାବେ କଟକ-ଭୁବନେଶ୍ୱରରୁ ଏହି ଚିକିତ୍ସା ଆରମ୍ଭ ହେବ ।

ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିକିତ୍ସା ପ୍ରୟୋଗ ସମ୍ଭନ୍ଧିତ ପ୍ରଶାସନିକ ଓ ବୈଷୟିକ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଡାକ୍ତର ଏବଂ ବିଶେଷଜ୍ଞମାନଙ୍କ ମତାମତ ସବୁକୁ ବିଚାରକୁ ନେି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ କରୋନା ଏକ ଅଭୂତପୂର୍ବ ମହାମାରୀ । ଏ ରୋଗ ବିଷୟରେ ଉପଲବ୍ଧ ନୂତନ ଜ୍ଞାନ ଅନୁସାରେ ଫାଭିପିରାଭିର ଏକ ଭୂତାଣୁ ନାଶକ ଚିକିତ୍ସା ପଦ୍ଧତି ଭାବେ ପ୍ରମାଣିତ ହୋଇଛି । ଏହି ଚିକିତ୍ସା ହୋମ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରକ୍ଷା କରିବାରେ ସହାୟକ ହେବବୋଲି ଚିକିତ୍ସା ସୂଚନାରୁ ଜଣାପଡିଛି ।

ତେବେ ଏହି ଚିକିତ୍ସା ଉପଯୁକ୍ତ ଡାକ୍ତରୀ ପରାମର୍ଶ ଏବଂ ସର୍ତକତା ସହ ଲାଗୁ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ରାପିଡ ରେସପନ୍ସ ଟିମ୍‍ର ସଦସ୍ୟମାନଙ୍କୁ ଏହି ଚିକିତ୍ସା ପଦ୍ଧତି ବିଷୟରେ ଉପଯୁକ୍ତ ତାଲିମ ଦେବାପାଇଁ ମୁଖ୍ୟ ସଚିବ କହିଛନ୍ତି ।

ଆରଆରଟିର ସଦସ୍ୟମାନେ ହୋମ ଆଇସୋଲେସନର ôତବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଫାଭିପରାଭିର ପ୍ରୟୋଗ ପାଇଁ ସେ ଯୋଗ୍ୟ କି ନୁହେଁ ତାହା ନିର୍ଦ୍ଧାରଣ କରିବେ । ଡାକ୍ତରଙ୍କ ପରାମର୍ଶ ଏବଂ ପୂର୍ଣ୍ଣ ସତର୍କତାର ସହ ଏହି ଔଷଧ ପ୍ରୟୋଗ କରାଯିବ । ବିଭିନ୍ନ ଗଣମାଧ୍ୟମ ଜରିଆରେ ଫାଭିପିରାଭର ସଂକ୍ରାନ୍ତରେ ସବିଶେଷ ପରାମର୍ଷ ଦେବାକୁ ମୁଖ୍ୟ ସଚିବ ଡାକ୍ତରୀ ଟିମ୍‍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଔଷଧର ବ୍ୟବହାର, ଏହାର ସମ୍ଭାବ୍ୟ ପାଶ୍ୱର୍ ପ୍ରଭାବ, ସତର୍କତା ଏବଂ ଔଷଧ ଆରମ୍ଭ ସହ କଣ କଣ କରିବାକୁ ହେବ ସେ ବିଷୟରେ ରୋଗୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କ ଭଲ ଭାବେ ଜଣାଇବାକୁ ଶ୍ରୀ ମହାପାତ୍ର ସମସ୍ତ ଆରଆରଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଔଷଧ ସେବନ କରୁଥିବା ବ୍ୟକ୍ତିମାନଙ୍କ ସହ ଦୈନିକ ଭିତ୍ତିରେ ନିୟମିତ ଯୋଗାଯୋଗ ରଖିବାକୁ ମୁଖ୍ୟ ସଚିବ କହିଛନ୍ତି ।